fbpx
BSKY
BJD SHG SKY
BJD YOUTH SKY

ଭୁବନେଶ୍ୱରୁ ପୁଣି ବାହାରିଲେ ୨୦୧ ପଜିଟିଭ୍

ଭୁବନେଶ୍ୱର,୨୨ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୯୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୧୧୦ କୁ ବୃଦ୍ଧି ପାଇଛି ।

ମୋଟ ୨୮ ହଜାର ୧୧୦ ପଜିଟିଭ ମଧ୍ୟରୁ ୧୪୬ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୫ ହଜାର ୩୫୨ ଜଣ ସୁସ୍ଥ ଓ ୨୫୯୧ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.