fbpx
BJD SKY
BJD SKY

୨୩ ରେ ହେବ ସାନି ମତଦାନ ନେଇ ନିର୍ବାଚନ: ଘୋଷଣା କଲେ ନିର୍ବାଚନ କମିଶନ

BJD

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଭୋଟ୍ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ସ୍ଥାନରରେ ଫେବୃଆରୀ ୨୩ରେ ସାନି ମତଦାନ ହେବ ।   ୨୩ ତାରିଖରେ ସାନି ମତଦାନ ନେଇ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ  । ୨୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହେବ ମତଦାନ । ସମୁଦାୟ ୪୫ ବୁଥରେ ହେବ ସାନି ମତଦାନ ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍ ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି । ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ, ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ତେବେ ଏହି ଦୁଇ ପର୍ଯ୍ୟାୟ ନିର୍ବାଚନ ସମୟରେ ଅନେକ ବୁଥରେ ଭୋଟ ସମୟରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ହିଂସା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ଫଳରେ ଏହି ସବୁସ୍ଥାନରେ ଭୋଟ ସ୍ଥଗିତ କରାଯାଇଥିଲା । ତେବେ ଶନିବାର ଏହି ସବୁ ସ୍ଥାନରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

Get real time updates directly on you device, subscribe now.