fbpx
BJD SKY
BJD SKY

୩ ଖଲିସ୍ତାନୀ ଆତଙ୍କବାଦୀ ଗିରଫ: ସୋସିଆଲ ମିଡିଆରୁ ମିଳୁଥିଲା ହତ୍ୟା ଇସାରା

BJD

ହରିୟାଣା: ଗିରଫ ହେଲେ ୩ ଖଲିସ୍ତାନୀ ଆତଙ୍କବାଦୀ । ସୋନୀପତ ପୋଲିସ ଖଲିସ୍ତାନ ଏବଂ ଟାଇଗର ଫୋର୍ସ ସହ ଜଡ଼ିତ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ପରେ ଆତଙ୍କବାଦୀ ଠାରୁ ଏକେ-୪୭ ସହ ବହୁ ମାତ୍ରାରେ ମାରଣାସ୍ତ୍ର ଜବତ ହୋଇଛି । ଏମାନେ ସୁପାରି କିଲର ବୋଲି ମଧ୍ୟ ଜଣାପଡ଼ିଛି । ଗୁଇନ୍ଦା ସୂଚନା ଆଧାରରେ ସିଆଇଏ-ୱାନ ପୋଲିସ ସୋନୀପତର ମୋହାନା ଥାନା ଅଞ୍ଚଳରୁ ଗିରଫ କରିଛି ।

ଗିରଫ ହୋଇଥିବା ଯୁବକଙ୍କ ନାମ ସାଗର ଓରଫ ବିନ୍ନୀ, ସୁନୀଲ ଓରଫ ପହଲୱାନ ଏବଂ ଜତିନ୍ ଓରଫ ରାଜେଶ । ତିନି ଜଣ ସୋସିଆଲ ମିଡିଆ ଦ୍ୱାରା ଆତଙ୍କୀ ସଂଗଠନ ସହ କଥା ହେଉଥିଲେ । ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡାରୁ ଏମାନଙ୍କୁ ଟଙ୍କା ମିଳୁଥିଲା । ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ରହୁଥିଲେ । ସୋସିଆଲ ମିଡିଆରୁ ହିଁ ତାଙ୍କୁ ହତ୍ୟା କରିବା ପାଇଁ ଇସାରା ମିଳୁଥିଲା ।

ସୂଚନା ଅନୁଯାୟୀ, ପଞ୍ଜାବରେ ନିର୍ବାଚନ ସମୟରେ ପରିସ୍ଥିତି ଖରାପ କରିବାକୁ ଏମାନଙ୍କୁ ସୁପାରି ମିଳିଥିଲା । ସୋସିଆଲ ମିଡିଆରେ ଏଥିପାଇଁ ଡିଲ ହୋଇଥିଲା । ତେବେ ଏମାନେ କୌଣସି ବଡ଼ କାଣ୍ଡ କରିବା ପୂର୍ବରୁ ଗିରଫ କରିଛି ପୋଲିସ । ତିନି ଖଲିସ୍ତାନୀ ଉଗ୍ରବାଦୀ ସୋନୀପତର ବୋଲି ଜଣାପଡ଼ଛି । ପୋଲିସ ତିନି ଜଣକ ଉପରେ ୟୁଏପିଏ ୧୭ ୧୮ ୧୯ ୨୦ ୨୧ ୧୨୦ବି ଆଇପିସି ଧାରା ଏବଂ ଆର୍ମ୍ସ ଆକ୍ଟ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।

୮ ଡିସେମ୍ବରରେ ପଞ୍ଜାବର ରୋପଡ଼ ରେ ଉଧମପୁର ଗାଁର ଜଣକୁ ହତ୍ୟା କରିଥିଲେ । ମତଦାନ ପୂର୍ବରୁ ପଞ୍ଜାବରେ ଆଉ କିଛି ହତ୍ୟାକାଣ୍ଡ କରିବା ଉଦ୍ଦେଶ୍ୟରେ ଥିଲେ ଏମାନେ । ତେବେ ସ୍ଥାନୀୟ ପୋଲିସର ସହଯୋଗରେ ଏମାନଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.