fbpx

ଉତ୍କଳ ବିଶ୍ୱବିଦ୍ୟାଳୟରେ PhD ଓ M.Phil ନାମଲେଖା ପାଇଁ ରେଜିଷ୍ଟ୍ରେସନ ୧୮ରୁ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି ଓ ଏମ.ଫିଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୮ ତାରିଖରୁ ବିଶ୍ୱବିଦ୍ୟାଳୟ ୱେବସାଇଟରେ ରେଜିଷ୍ଟ୍ରେସନ ଆରମ୍ଭ ହେବ । ୨୦୨୧-୨୨ ଶିକ୍ଷାବର୍ଷରେ ଆଶାୟୀ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଓ ନୋଡାଲ ସେଣ୍ଟରରେ ନାମଲେଖା ପାଇଁ ଚଳିତ ମାସ ୩୦ ସୁଦ୍ଧା ଆବେଦନ କରିପାରିବେ ବୋଲି କୁହାଯାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୌଖିକ ପରୀକ୍ଷା ତାରିଖ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ୱେବସାଇଟ୍ ମାଧ୍ୟମରେ ଅବଗତ କରାଯିବ । ତେଣୁ ପ୍ରବେଶିକା ପରୀକ୍ଷା ପରେ ନିୟମିତ ବିଶ୍ୱବିଦ୍ୟାଳୟ ୱେବସାଇଟ୍ ଚେକ୍ କରିବାକୁ କୁହାଯାଇଛି । ୨୦୧୬ ୟୁଜିସି ନିୟମ ଅନୁଯାୟୀ, ଏହି ଆଡମିଶନ ପ୍ରକ୍ରିୟା ଚାଲିବା ସହ ନିୟମିତ ବ୍ୟବଧାନରେ ଏହାର ସଂଶୋଧନ କରାଯିବ । ଏଥିସହ ରାଜ୍ୟ ସରକାରଙ୍କ ନିୟମକୁ ଆଧାର କରି ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ଏମ.ଫିଏଲ ଓ ପିଏଚଡି ପାଠ୍ୟକ୍ରମ ସମ୍ପର୍କରେ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ଥିବା ପିଜି କାଉନସିଲ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.