fbpx

ମନୀଷ ମୃତ୍ୟୁ ମାମଲା: କନ୍ଧମାଳରେ ୨ ଯୁବକଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ କନ୍ଧମାଳରେ ୨ ଜଣ ଯୁବକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୂର୍ବରୁ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ ଅଟକ ରଖିଛି । ଏହା ସହ ଆତ୍ମସମର୍ପଣ କରିଥିବା ୨ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ମନୀଷଙ୍କୁ ନିଆଯାଇଥିବା କାରର ସନ୍ଧାନ ମଧ୍ୟ

ଗତକାଲି ମିଳିଛି । ପାତ୍ରପଡ଼ା ସାଉଥ ସିଟି ହୋଟେଲକୁ ନିଆଯାଇଥିବା କାର ଠାବ ହୋଇଛି । ମନୀଷ ୨ ଜଣଙ୍କ ସହ ଗୋଟିଏ କାରରେ ସାଉଥ ସିଟି ଯାଇଥିଲେ । ଅନ୍ୟପଟେ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି, ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି । ଏନେଇ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ଗତ କଲି ସୂଚନା ଦେଇଥିଲେ ।

ତେବେ ପୁଅର ସାଙ୍ଗମାନେ ମନୀଷଙ୍କୁ ହତ୍ୟା କରିଛନ୍ତି ବୋଲି ପିତା ନବୀନ ଦାସ ଅଭିଯୋଗ କରିଥିଲେ । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା କରିଥିଲେ ନବୀନ । ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ବେଳେ ସାଙ୍ଗମାନେ ତାକୁ ହତ୍ୟା କରିଛନ୍ତି ବୋଲି ନବୀନ କହିଥିଲେ । ସାଙ୍ଗମାନଙ୍କ ସହିତ ମନୀଷ ଭୋଜି କରିବାକୁ ଯାଇଥିବା ବେଳେ ରାତି ୪.୨୨ ମିନିଟରେ ଶେଷ ଥର ପାଇଁ ତାଙ୍କ ସହିତ କଥା ହୋଇଥିଲେ ନବୀନ । ଶେଷ ଥର ପାଇଁ କରିଥିବା କଲରେ ତାଙ୍କୁ ପିଟାପିଟି କରାଯାଉଥିବା ନେଇ ମନୀଷ ପ୍ରକାଶ କରିଥିଲେ । ଏହା ସହ କମିଶନରେଟ ପୋଲିସ ପକ୍ଷରୁ ପାତ୍ରପଡା ସାଉଥ ସିଟି ହୋଟେଲକୁ ସିଲ କରାଯାଇଥିଲା ।

Get real time updates directly on you device, subscribe now.