fbpx
BJD SKY
BJD SKY

ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ କଲେଜରେ ନାମଲେଖା ପାଇଁ କାଲିଠୁ ଆରମ୍ଭ ହେବ ପଞ୍ଜୀକରଣ

BJD

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ କଲେଜରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଛାତ୍ରଛାତ୍ରୀ ମାନେ ୧୧ ତାରିଖ ଦିନ ଚଏସ ଲକିଂ କରିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ୧୩ ତାରିଖରୁ ପ୍ରୋଭିଜ୍‍ନାଲ ଆଲଟମେଣ୍ଟ ଲେଟର ଡାଉନ୍‍ଲୋଡ କରିପାରିବେ । ୧୫ ରୁ ୧୬ ତାରିଖ ମଧ୍ୟରେ ନାମଲେଖା ପାଇଁ ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୨୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ମାନେ ନାମଲେଖା ପ୍ରତ୍ୟାହାର କରିପାରିବେ ।

Get real time updates directly on you device, subscribe now.