fbpx

ଆଜି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ: ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୪ଟାରୁ ଟିକାକରଣ ପଞ୍ଜୀକରଣ ଆରମ୍ଭ ହେବ । ଆସନ୍ତା ମେ ମାସ ୧ ତାରିଖରୁ ୧୮ରୁ ୪୪ ବର୍ଷୀୟଙ୍କ ଟିକାକରଣ ଆରମ୍ଭ ହେବ । ଟିକା ଉପଲବ୍ଧ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଲଟ୍ ଆବଣ୍ଟନ କରାଯିବ । କୋ-ୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ଆପ ଜରିଆରେ ଏହି ପଞ୍ଜୀକରଣ କରାଯିବ ।

ସୂଚନା ଅନୁଯାୟୀ, ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । ତେବେ ଟିକା କେବେ ମିଳିବ ସେନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ଟିକା ଆସିବା ପରେ ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କୁ ସ୍ଲଟ୍ ଆବଣ୍ଟନ କରାଯିବ । ଟିକା ଗ୍ରହଣ ପାଇଁ ଏବେ କୌଣସି ସ୍ଲଟ୍ ମିଳିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.