fbpx

ରିଲାଏନ୍ସ ଜିଓରେ ନିବେଶ କରିବ ଫେସବୁକ୍

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): ଫେସବୁକ ଓ ରିଲାଏନ୍ସ ଜିଓ ମଧ୍ୟରେ ଚୁକ୍ତି ଦ୍ୱାରା ଜିଓ ପ୍ଲାଟଫର୍ମର ମୂଲ୍ୟ ୪.୬୨ ଲକ୍ଷ କୋଟି ଟଙ୍କା ହୋଇଛି । ଫେସବୁକ୍ ଏବେ ରିଲାଏନ୍ସର ସର୍ବବୃହତ ସଂଖ୍ୟାଲଘୁ ଅଂଶୀଦାର ହୋଇପାରିଛି । ରିଲାଏନ୍ସ ଜିଓରେ ୪୩,୫୭୩ କୋଟି ଟଙ୍କା ନିବେଶ ଫେସବୁକ କରିବ । ଏହାସହ ରିଲାଏନ୍ସ ଜିଓର ୯.୯୯% ଅଂଶଧନ ଫେସବୁକକୁ ମିଳିଛି । ଦେଶରେ ପ୍ରଥମ ଥର କମ ଅଂଶଧନରେ ଏବେ ବଡ଼ ନିବେଶ କରିଛି ଫେସବୁକ୍ । ଏନେଇ ରିଲାଏନ୍ସ ଜିଓକୁ ଧନ୍ୟବାଦ ଜଣାଇଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଏନେଇ ଭାରତର ଲୋକମାନଙ୍କୁ ବ୍ୟବସାୟ ଲାଗି ନୂଆ ଅବସର ମିଳିବବୋଲି ଜୁକରବର୍ଗ କହିଛନ୍ତି । ବିଶେଷ କରି କ୍ଷୁଦ୍ର ବ୍ୟବସାୟୀ ଏହା ଦ୍ୱାରା ଲାଭବାନ ହେବେ ।

Get real time updates directly on you device, subscribe now.