fbpx

ଛାତ୍ରୀକୁ ଦୁଷ୍କର୍ମ କରୁଥିଲେ ଶିକ୍ଷକ, କବାଟ ପାଖେ ଜଗି ରହୁଥିଲେ ଭାଉଜ

ହରିଆନା:୨୨ ।୪ : (ଓଡିଶା ଭାସ୍କର):ପୁଣି ଗରୁଶିଷ୍ୟ ସମ୍ପର୍କରେ କଳଙ୍କ ।ଦୀର୍ଘ ଚାରିବର୍ଷ ଧରି ଛାତ୍ରୀକୁ ଯୈାନଶୋଷଣ କରୁଥିଲେ ଶିକ୍ଷକ । ହରିଆନାରେ ଘଟିଛି ଏହି ନିନ୍ଦନୀୟ ଘଟଣା । ୨୦୧୬ ମସିହାରେ ଶିକ୍ଷକ ଜଣକ ବଦଳି ହୋଇ ପିଡୀତାଙ୍କ ଗାଁରେ ଥିବା ସ୍କୁଲରେ ଜଏନ କରିଥିଲେ । ପିଡୀତାର ଘର ସ୍କୁଲ ପାଖରେ ହୋଇଥିବାରୁ ତାକୁ ଚାହା ପାଣି ପାଇଁ କେବେ କେବେ ଡାକୁଥିଲେ । ଦିନେ ସୁଯୋଗ ଦେଖି ତା ସହ ଦୁଷ୍କର୍ମ କରିଥିଲେ । ଏବଂ ଏହାର ଭିଡିଓ ରେକର୍ଡିଂ ବି କରିଥିଲେ । ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିବା ଧମକ ବି ଦେଉଥିଲେ । ୮ମ ଶ୍ରେଣୀର ନାବାଳିକା ଜଣକ ଲୋକ ଲଜ୍ଜ୍ୟା ଭୟରେ ଚୁପ ରହୁଥିଲା । କିନ୍ତୁ ଏଥିରେ ଶିକ୍ଷକଙ୍କୁ ପୁରା ସମର୍ଥନ କରୁଥିଲେ ତାଙ୍କ ଭାଉଜ । ଶିକ୍ଷକ ଜଣକ ଦୁଷ୍କର୍ମ କରୁଥିବା ସମୟରେ କବାଟ ପାଖରେ ଜଗି ରହୁଥିଲେ ତାଙ୍କ ଭାଉଜ । ଗତ ମାର୍ଚ୍ଚ ୨୪ ଓ ଏପ୍ରିଲ ୧୦ ତାରିଖରେ ବି ଶିକ୍ଷକ ଜଣକ ତାକୁ ବଳାକ୍ରାର କରିଥିଲେ । ହରିଆଣା ନୁହ ଜିଲ୍ଲା ପୋଲିସ ଅଭିଯୋଗ ପାଇ ମାମଲା ରୁଜ୍ଜୁ କରିଛି । ଶିକ୍ଷକ ଓ ତାଙ୍କ ଭାଉଜଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.