fbpx

କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ମାଣବସା ଗୁରୁବାର

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମାଣବସା ଗୁରୁବାର । ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ସେହି ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ସାମିଲ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.