fbpx

Reliance Jio ଛାଡ଼ିଲେଣି ୧ କୋଟିରୁ ଅଧିକ ଗ୍ରାହକ: ତଥାପି କମ୍ପାନୀର ପ୍ରଫିଟ୍ ହିଁ ପ୍ରଫିଟ୍, ଜାଣନ୍ତୁ କିପରି

AAKASH

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗତ ବର୍ଷ ଡିସେମ୍ବର ମାସରେ ନିଜର ଟାରିଫ୍ ପ୍ଲାନ ବୃଦ୍ଧି କରିଥିଲା । ପରବର୍ତ୍ତୀ ସମୟରେ ୨୦୨୨ର ପ୍ରଥମ ତିନି ମାସ ମଧ୍ୟରେ କମ୍ପାନୀ ଅନେକ ଗ୍ରାହକଙ୍କୁ ହରାଇଥିଲା । ସେ ସମୟରେ ପାଖାପାଖି ୧୦ ଲକ୍ଷ ସବସ୍କ୍ରାଇବର୍ସ ଜିଓ ଛାଡ଼ିଥିଲେ । ତେବେ ବର୍ତ୍ତମାନ ସମୟରେ ଜିଓ ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଭାବେ ପରିଗଣିତ ହୋଇଛି । ଜିଓର ପ୍ରଫିଟ ୨୪ ପ୍ରତିଶତ ବୃଦ୍ଧି ଘଟି ୪୧୭୩ କୋଟିରେ ପହଞ୍ଚି ଥିବା କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଡାଟାରୁ ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଟାରିଫ ବୃଦ୍ଧି, ସବସ୍କ୍ରାଇବ ମିକ୍ସ ଓ ଏଫଟିଟିଏଚ ସର୍ଭିସ କାରଣରୁ ଅନେକ ଗ୍ରାହକ ଜିଏ ଛାଡ଼ିଛନ୍ତି । ଟାରିଫ ବୃଦ୍ଧି ପରେ ପାଖାପାଖି ୧ କୋଟି ୯ ଲକ୍ଷ ଗ୍ରାହକ ଜିଏ ପରିତ୍ୟାଗ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ବହୁସଂଖ୍ୟାରେ ଗ୍ରାହକ ଛାଡ଼ିବା ପରେ ବି ଜିଓ ଏତେ ପ୍ରଫିଟରେ କିପରି ରହୁଛି? ଗତ ମାର୍ଚ୍ଚ ମାସ ସୁଦ୍ଧା କମ୍ପାନୀ ପାଖରେ ୪୧୨ ମିଲିୟନ ୟୁଜର୍ସ ରହିଥିଲେ । ଗତବର୍ଷ ଡିସେମ୍ବର ସୁଦ୍ଧା କମ୍ପାନୀର ଆଭରେଜ ରେଭେନ୍ୟୁ ପର ୟୁଜର (ଏଆରପିୟୁ) ୧୫୧.୬ ଟଙ୍କାରୁ ବଢ଼ି ୧୬୭.୭ ଟଙ୍କାରେ ପହଞ୍ଚିଛି । ଏଆରପିୟୁର ଅର୍ଥ ହେଉଛି କମ୍ପାନୀ ପ୍ରତି ଗ୍ରାହକଠାରୁ ମାସକୁ କେତେ ଆଭରେଜ କେତେ ଟଙ୍କା ପାଉଛି ।

ବହୁ ସମୟ ଧରି ଜିଓର ଆକ୍ଟିଭ ସବସ୍କ୍ରାଇବର୍ସ ରେଟ ୮୦ ପ୍ରତିଶତରୁ କମ୍ ଥିଲା, ମାତ୍ର ପ୍ରଥମ ଥର ପାଇଁ ତାହା ୯୦ ପ୍ରତିଶରୁ ଅଧିକ ବୃଦ୍ଧି ପାଇଛି ଏକ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଗ୍ରାହକ କମ୍ପାନୀ ଛାଡ଼ିବା କିଛି ଖରାପ ନୁହେଁ । କାରଣ ଯେଉଁ ଗ୍ରାହକମାନେ ବେଶି ଆକ୍ଟିଭ ନଥିଲେ ସେମାନେ କମ୍ପାନୀ ଛାଡ଼ିଛନ୍ତି । ଗତ ବର୍ଷ ଜିଓ ଓ ଅନ୍ୟ ଟେଲିକମ କମ୍ପାନୀ ମାନେ ନିଜ ନିଜର ଟାରିଫ ପ୍ଲାନ ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.