fbpx
BSKY
BJD MC SKY
BJD YOUTH SKY

ଏଣିକି JEE, NEET ପରୀକ୍ଷାରେ ଲାଗୁ ହେବ CUET!

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କଲେଜରେ ନାମଲେଖାଇବା ପାଇଁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ତେବେ ସିୟୁଇଟି ଖୁବଶୀଘ୍ର ନିଟ୍ ଓ ଜେଇଇ ପରି ପରୀକ୍ଷା କ୍ଷେତ୍ରରେ ଲାଗୁ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ପୂର୍ବରୁ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୩୦ରୁ ଅଧିକ ରାଜ୍ୟ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ସିୟୁଇଟି କାର୍ଯ୍ୟ କରୁଛି ।

ନୂଆ ଶିକ୍ଷାନୀତିରେ ସିୟୁଇଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବା ସହ ବିଭିନ୍ନ ସ୍ତରରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନିକଟରେ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳ ପରି ରାଜ୍ୟର ବିଶ୍ୱବିଦ୍ୟାଳୟରେ ସିୟୁଇଟି ଲାଗୁ ନେଇ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ସକାରାତ୍ମକ ରହିଥିବା ୟୁଜିସି ପକ୍ଷରୁ କୁହାଯାଇଥିଲା ।

ଏହି ତିନୋଟି ରାଜ୍ୟ ବ୍ୟତୀତ ଅସମ, ମଣିପୁର, ତ୍ରିପୁରା, ସିକିମ, ଝାରଖଣ୍ଡ ଓ ବିହାର ସହ ଅନ୍ୟ କିଛି ରାଜ୍ୟ ସହ ଆଲୋଚନା ହୋଇଥିବା ୟୁଜିସି ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି । ପୂର୍ବରୁ ସିୟୁଇଟି ପରୀକ୍ଷା ପାଇଁ କେବଳ ଇଂରାଜୀ ଭାଷାକୁ ମାଧ୍ୟମ ଭାବେ ଗ୍ରହଣ କରାଯାଉଥିଲା । ମାତ୍ର ବର୍ତ୍ତମାନ ତାହା ୧୩ଟି ଭାଷାରେ ଆୟୋଜନ କରାଯାଉଛି । ସେଥିମଧ୍ୟରେ ଇଂରାଜୀ, ହିନ୍ଦି, ମରାଠୀ, ଅସମିଆ, ବଙ୍ଗାଳୀ, ତେଲୁଗୁ, କନ୍ନଡ଼, ମାଲାୟାଲମ, ଓଡ଼ିଆ, ଗୁଜୁରାଟୀ, ତାମିଲ, ପଞ୍ଜାବୀ ଓ ଉର୍ଦ୍ଦୁ ଭାଷା ରହିଛି ।

Get real time updates directly on you device, subscribe now.