fbpx

ରିଲାଏନ୍ସ Jioର ରିଚାର୍ଜ ପ୍ଲାନ୍ ଆଜିଠାରୁ ହେଲା ମହଙ୍ଗା, ଦେଖନ୍ତୁ ନୂଆ ରେଟ୍ ଓ ବୈଧତା

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ବା ଡିସେମ୍ବର ୧ରେ ଲୋକମାନଙ୍କୁ ଜବରଦସ୍ତ ଝଟକା ଦେଇଛି ରିଲାଏନ୍ସ ଜିଓ । କମ୍ପାନୀ ରିବାର ଦିନ ନିଜର ପ୍ରିପେଡ ରିଚାର୍ଜ ପ୍ଲାନଗୁଡିକ ମହଙ୍ଗା କରିବା ବୋଲି ଘୋଷଣା କରିଥିବା ବେଳେ ଆଜିଠାରୁ ଅର୍ଥାତ୍ ଡିସେମ୍ବର ୧ରୁ ତାହା ମହଙ୍ଗା ହୋଇଛି । କମ୍ପାନୀ ନିଜର ପ୍ରିପେଡ ରିଚାର୍ଜ ପ୍ଲାନଗୁଡିକରେ ୨୦% ବୃଦ୍ଧି କରିଛି । ଏହା ପୂର୍ବରୁ ଭୋଡାଫୋନ-ଆଇଡିଆ ସେମାନଙ୍କ ପ୍ରିପେଡ ପ୍ଲାନଗୁଡିକରେ ୨୫% ବଢ଼ାଇ ଗ୍ରାହକମାନଙ୍କୁ ଝଟକା ଦେଇଥିଲେ । ତେବେ ଆସନ୍ତୁ ଜାଣିବା ଜିଓର କେଉଁ ପ୍ଲାନରେ କେତେ ଟଙ୍କା ଟଙ୍କା ବଢ଼ିଛି ଓ ତାହାର

ବୈଧତା କେତେଦିନ ପାଇଁ ରହିଛି…
କମ୍ପାନୀ ଜିଓ ଫୋନର ୭୫ ଟଙ୍କା ପ୍ଲାନ ଏବେ ୯୧ ଟଙ୍କା କରିଛି । ଆଜିଠାରୁ ଗ୍ରାହକଙ୍କୁ ୭୫ ଟଙ୍କା ପ୍ଲାନରେ ୧୬ ଟଙ୍କା ଅଧିକ ଦେବାକୁ ପଡ଼ିବ । ପ୍ଲାନର ବୈଧତା ୨୮ ଦିନ ପାଇଁ ରହିଛି ଓ ଏଥିରେ ୩ଜିବି ଡାଟା, ଅନଲିମିଟେଡ କଲ ଏବଂ ୫୦ ଏସଏମଏସ ମିଳିବ । ୨୪ ଦିନର ବୈଧତା ସହ ଜିଓର ଅନଲିମିଟେଡ ପ୍ଲାନ ୧୪୯ ଟଙ୍କାରେ ମିଳୁଥିବା ବେଳେ ତାହା ଆଜିଠାରୁ ୧୭୯ ଟଙ୍କା ହୋଇଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ, ଦୈନିକ ୧ ଜିବି ଡାଟା ଏବଂ ଦୈନିକ ୧୦୦ ଏସଏମଏସ ମିଳିବ ।

୨୮ ଦିନ ପାଇଁ ଜିଓର ଅନଲିମିଡେଟ ପ୍ଲାନ୍:
୨୮ ଦିନର ବୈଧତା ସହ ୧୨୯ ଟଙ୍କାରେ ମିଳୁଥିବା ପ୍ଲାନରେ ବୃଦ୍ଧି ହୋଇଛି । ଆଜି ଠାରୁ ଏହି ପ୍ଲାନ ପାଇଁ ଆପଣଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅସୀମିତ କଲ, ୨ ଜିବି ଡାଟା ଏବ ୩୦୦ ଏସଏମଏସ ମିଳିବ ।
୧୯୯ ଟଙ୍କାର ପ୍ଲାନ ଏବେ ୨୩୯ ଟଙ୍କାରେ ମିଳିବ, ଯେଉଁଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ୧.୫ ଡାଟା ଏବଂ ଅସୀମିତ କଲିଂ, ପ୍ରତିଦିନ ୧୦୦ ଏସଏମଏସ ମିଳିବ ।
୨୪୯ ଟଙ୍କା ଅନଲିମିଡେଟ ପ୍ଲାନକୁ ବଢ଼ାଇ ୨୯୯ କରାଯାଇଛି । ଏଥିରେ ୨୮ ଦିନ ବୈଧତା ସହ ପ୍ରତିଦିନ ୨ ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳୁଥିଲା ।

୫୬ ଦିନ ପାଇଁ ଜିଓର ଅନଲିମିଡେଟ ପ୍ଲାନ୍:
୫୬ ଦିନର ବୈଧତା ସହ ମିଳୁଥିବା ୩୯୯ ଟଙ୍କାର ପ୍ଲାନରେ ବୃଦ୍ଧି ହୋଇଛି, ଯାହାକି ଏବେ ୪୭୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ଅନଲିମିଟେଡ କଲିଂ ସହ ପ୍ରତିଦିନ ୧୦୦ ଏସଏମଏସ ମିଳିବ । ସେହିପରି ୫୬ ଦିନର ବୈଧତା ସହ ପ୍ରତିଦିନ ୨ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳୁଥିବା ୪୪୪ ଟଙ୍କିଆ ପ୍ଲାନ ଏବେ ୫୩୩ ଟଙ୍କା ହୋଇଛି ।

୮୪ ଦିନ ପାଇଁ ଜିଓର ଅନଲିମିଡେଟ ପ୍ଲାନ୍:
ଜିଓର ୮୪ ଦିନର ବୈଧତା ସହ ମିଳୁଥିବା ୩ଟି ପ୍ୟାକ୍ ରହିଛି । ୩୨୯ ଟଙ୍କା, ୫୫୫ ଟଙ୍କା ଓ ୫୯୯ ଟଙ୍କାର ପ୍ଲାନ୍ ବଢ଼ି କ୍ରମଶଃ ୩୯୫, ୬୬୬ ଓ ୭୧୯ ଟଙ୍କା ହୋଇଛି । ଏଥିରେ ଅନଲିମିଡେଟ କଲିଂ ଓ ୧୦୦ ଏସଏମଏସ ସହିତ କ୍ରମଶଃ ୬ ଜିବି ଡାଟା, ୧.୫ ଡେଲି ଡାଟା ଓ ୨ ଜିବି ଡେଲି ଠାଟା ମିଳିବ ।

ଏହା ସହିତ ୧୨୯୯ଟଙ୍କାର ପ୍ରିପେଡ ପ୍ଲାନକୁ ବଢ଼ାଇ ୧୫୫୯ ଟଙ୍କା କରାଯାଇଛି । ଏହି ପ୍ଲାନ ୩୩୬ ଦିନର ବୈଧତା ସହିତ ୨୪ ଜିବି ଡାଟା, ଅନଲିମିଡେଟ କଲିଂ ଓ ୩୬୦୦ ଏସଏମଏସ ମିଳୁଛି । ଜିଓର ୨୩୯୯ ଟଙ୍କା ପ୍ରିପେଡ ପ୍ଲାନ ବଢ଼ି ୨୮୭୯ ଟଙ୍କା ହୋଇଛି । ଏହି ବାର୍ଷିକ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା, ଅନଲିମିଡେଟ ଭଏସ୍ କଲ ଓ ପ୍ରତିଦିନ ୧୦୦ ଏସଏମଏସ ସହିତ ୩୬୫ଦିନର ବୈଧତା ମିଳୁଛି ।

Get real time updates directly on you device, subscribe now.