ନୂଆଦିଲ୍ଲୀ: ଏୟାରଟେଲ ଏବଂ ଜିଓ ଦୁହେଁ ଭାରତର ମୁଖ୍ୟ ଟେଲିକମ୍ କମ୍ପାନୀ । ତେବେ ଉଭୟ କମ୍ପାନୀ କିଛିଦିନ ପୂର୍ବରୁ ନିଜର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲେ । ପୋର୍ଟଫୋଲିଓର ଅପଡେଟ୍ କରି ପ୍ଲାନର ଦର ବୃଦ୍ଧି କରିଥିଲେ । ବର୍ତ୍ତମାନ ସମୟରେ କିଛି ପ୍ଲାନର ଦାମ୍ ଉଭୟ କମ୍ପାନୀର ସମାନ ରହିଛି । 1199 ଟଙ୍କିଆ ପ୍ଲାନ ଉଭୟ କମ୍ପାନୀର ସମାନ ଅଟେ । କିନ୍ତୁ ଆପଣ ଜାଣିଛନ୍ତି କି ଦୁଇଟା ମଧ୍ୟରୁ ସବୁଠାରୁ ବେଷ୍ଟ ପ୍ଲାନ କେଉଁଟା?
1199 ଟଙ୍କିଆ ପ୍ଲାନର ବୈଧତା 84 ଦିନ ଅଟେ । ଜିଓ ଏହି ପ୍ଲାନରେ ସମୁଦାୟ 252 ଜିବି ଡାଟା ମିଳିଥାଏ । ଅର୍ଥାତ୍ ଦୈନିକ 3 ଜିବି ଡାଟା ଅଟେ । ଏହାସହିତ ଅନଲିମିଟେଡ୍ କଲିଂ ଏବଂ ଦୈନିକ 100 ଏସଏମଏସର ସୁବିଧା ମଧ୍ୟ ମିଳିଥାଏ । ଅନ୍ୟପଟେ ୟୁଜର୍ସଙ୍କୁ ଜିଓ ସିନେମା, ଜିଓ ଟିଭି ଏବଂ ଜିଓ କ୍ଲାଉଡର ସବସକ୍ରିପ୍ସନ ଅପ୍ସନ ମିଳିଥାଏ ।
ଜିଓ ଭଳି ଏୟାରଟେଲର ଏହି ପ୍ଲାନର ବୈଧତା ମଧ୍ୟ 84 ଦିନ ଅଟେ । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ଏବଂ ଦୈନିକ 100ଟି ଏସଏମଏସ ସୁବିଧା ମିଳିଥାଏ । କିନ୍ତୁ ଏଥିରେ ଡାଟା ଲିମିଟ୍ ଅଲଗା ରହିଥାଏ । ଏଥିରେ ୟୁଜର୍ସଙ୍କୁ ଦୈନିକ 2.5 ଜିବି ଡାଟା ମିଳିଥାଏ । ଅନ୍ୟପଟେ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ ସହିତ 22ରୁ ଅଧିକ ଓଟିଟି ଆପ୍ସର ଫ୍ରି ଆକ୍ସସ ମିଳିଥାଏ । ଯଦି ଆମେ ଦୁହିଁଙ୍କୁ ତୁଳନା କରିବା ତାହେଲେ ଏୟାରଟେଲର ଓଟିଟି ପ୍ଲାଟଫର୍ମ ଅଧିକା ରହିଛି ଏବଂ ଜିଓରେ ଡାଟା ପ୍ଲାନ ଅଧିକା ରହିଛି ।