ଇଣ୍ଟରନେଟ୍ ଯୁକ୍ତ ‘ଜିଓ ଭାରତ’ ଫୋନ୍ ଲଞ୍ଚ କଲା ରିଲାଏନ୍ସ; ମାତ୍ର ୯୯୯ ଟଙ୍କାରେ ଜୁଲାଇ ୭ ରୁ ବଜାରରେ ଉପଲବ୍ଧ ହେବ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ୫ଜି ବିପ୍ଳବ ଗତିଶୀଳ ହେଉଥିବା ବେଳେ ଜିଓ ମାତ୍ର ୯୯୯ ଟଙ୍କାରେ ଇଣ୍ଟରନେଟ୍ ଯୁକ୍ତ ଫିଚର ଫୌନ୍ ଲଞ୍ଚ କରିଛି । ମୁକେଶ ଅମ୍ବାନୀ-ପ୍ରତିଷ୍ଠିତ କମ୍ପାନୀ କହିଛି ଯେ ଏହା ଜୁଲାଇ ୭ ରୁ ପ୍ରଥମ ୧ ମିଲିୟନ୍ ଜିଓ ଭାରତ ଫୋନ୍ ବିଟା ପରୀକ୍ଷା ମୂଳକ ଭାବେ ବଜାରକୁ ଆସିବ । ସ୍ୱଳ୍ପ ବଜେଟ୍‌ରେ ଏହି ଇଣ୍ଟରନେଟ୍ ଯୁକ୍ତ ଫୋନ୍‌ରେ ୨୫୦ ମିଲିୟନ୍ ଫିଚର ଗ୍ରାହକଙ୍କୁ ଯୋଗାଇଦେବ।

୯୯୯ ଟଙ୍କାରେ ମିଳିବାକୁ ଥିବା ଏହି ଫୋନ୍‌ରେ ଦୁଇଟି ଶସ୍ତା ପ୍ଲାନ୍ ଉପଲବ୍ଧ ହେବ । । କମ୍ପାନୀ ସେୟାର କରିଥିବା ଅପଡେଟ୍ ଅନୁଯାୟୀ, ଅନ୍ୟ ଅପରେଟରଙ୍କ ଫୀଚର ଫୋନ୍ ଅଫର୍ ଅପେକ୍ଷା ମାସିକ ଯୋଜନା ୩୦% ଶସ୍ତା ଏବଂ ସାତଗୁଣ ଅଧିକ ତଥ୍ୟ ଆସିବ । ଭଏସ୍ କଲ୍ ଏବଂ ୨ ଜିବି ଡାଟା ପାଇଁ ଅନ୍ୟ ଅପେରଟରମାନେ ମାସିକ ୧୭୯ ଟଙ୍କା ନେଉଥିବା ବେଲେ ଏହି ନୂଆ ଫୋନ୍‌ରେ ମିଳୁଥିବା ପ୍ଲାନ୍‌ରେ ଅସୀମିତ ଭଏସ୍ କଲ୍ ଏବଂ ୧୪ ଜିବି ଡାଟା ପାଇଁ ମାସକୁ ₹ ୧୨୩ ଟଙଯକା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କମ୍ପାନୀ ସୂଚନା ଦେଇଛି ।

ଭାରତରେ ବର୍ତ୍ତମାନ ୧୫୦ ମିଲିୟନ ଲୋକେ ଏପରି ରହିଛନ୍ତି ଯେଉଁମାନେ ଆଜିର ୫ଜି ଦୁନିଆରେ ୨ଜି ଫୋନ୍ ବ୍ୟବହାର କରୁଛନ୍ତି ଏବଂ ଇଣ୍ଟରନେଟ୍‌ରେ ସାମାନ୍ୟତମ ବ୍ୟବହାର ମଧ୍ୟ ଉପଭୋଗ କରିପାରୁ ନାହାନ୍ତି ବୋଲି ଜିଓ ମୁଖ୍ୟ ଆକାଶ ଅମ୍ବାନୀ କହିଛନ୍ତି ।