fbpx
BJD
BJD SKY
BJD SKY

ପୁଣି ବଜାରକୁ ଫେରୁଛି ଆଇକନିକ୍ ‘କ୍ୟାମ୍ପା କୋଲା’, ୩ ଟି ସ୍ୱାଦରେ ପୁନଃଆରମ୍ଭ କଲା ରିଲାଏନ୍ସ

ନୂଆଦିଲ୍ଲୀ: ଆଇକନିକ୍ ଥଣ୍ଡା ପାନୀୟ ବ୍ରାଣ୍ଡ କ୍ୟାମ୍ପା କୋଲା ଭାରତରେ ବିକ୍ରୟ ବନ୍ଦ ହେବାର ପ୍ରାୟ ୨୩ ବର୍ଷ ପରେ ପୁଣି ବଜାରକୁ ଫେରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ର ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ(ଏଫଏମସିଜି) ୟୁନିଟ୍ ଆଜି ଅନ୍ୟ ଦୁଇଟି ସ୍ୱାଦ ସହିତ ‘କ୍ୟାମ୍ପା କୋଲା’ ପୁନଃଆରମ୍ଭ କରିବାକୁ ଘୋଷଣା କରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ବର୍ଷ ଆରମ୍ଭରେ, ୨୦୨୨ ମସିହାରେ ୨୨ କୋଟି ଟଙ୍କା ମ୍ୟଲ୍ୟରେ ଏହି ଐତିହାସିକ କମ୍ପାନିକୁ ହାସଲ କରିଥିଲା। ଏଫଏମସିଜିର ସମ୍ପୁର୍ଣ୍ଣ ମାଲିକାନାରେ ଥିବା ସହାୟକ ରିଲାଏନ୍ସ ଗ୍ରାହକ ଉତ୍ପାଦ ଲିମିଟେଡ୍ (ଆରସିପିଏଲ୍‌) ଦ୍ୱାରା କମ୍ପାନୀର ପୁରୁଣା ନାମକୁ ପରିବର୍ତନ କରି ‘କ୍ୟାମ୍ପା’ ନାମରେ ଆରମ୍ଭ କରିଛି। ପ୍ରାରମ୍ଭିକ ଉନ୍ମୋଚନରେ ଚମତ୍କାରୀ ପାନୀୟ ବର୍ଗରେ କ୍ୟାମ୍ପା କୋଲା, କ୍ୟାମ୍ପା ଲେମନ୍ ଏବଂ କ୍ୟାମ୍ପା ଅରେଞ୍ଜ ସ୍ୱାଦ ସହିତ ବଜାରକୁ ଆସୁଛି।

ନିଜର ଇତିହାସରେ ସମୃଦ୍ଧ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ଏବଂ ବର୍ତ୍ତମାନର ଗ୍ରାହକଙ୍କୁ ନୂତନ ସ୍ୱାଦ ସହିତ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ରଣନୀତି ସହିତ ଏହି ବ୍ରାଣ୍ଡକୁ ପୁଣିଥରେ ଉନ୍ମୋଚନ କରିଛି ବୋଲି କମ୍ପାନୀର ମୁଖପାତ୍ର କହିଛନ୍ତି।

ତେବେ କ୍ୟାମ୍ପାର ନୂଆ ପ୍ୟାକ୍ ଆକାର ୨୦୦ଏମଏଲ, ୫୦୦ ଏମଏଲ ଏବଂ ୬୦୦ ଏମଏଲ ଅନ୍‌-ଦି ସେୟାର୍ ପ୍ୟାକ୍ ଏବଂ ୧ ଲିଟର ଏବଂ ୨ ଲିଟର ହୋମ୍ ପ୍ୟାକ୍ ମଧ୍ୟରେ ରହିବ ବୋଲି କମ୍ପାନୀ କହିଛି। ବଜାରରେ ଅନ୍ୟ କମ୍ପାନୀ ମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ‘ସୁଲଭ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ ମାଧ୍ୟମରେ ଭାରତୀୟ ଗ୍ରାହକଙ୍କୁ ମୂଲ୍ୟ ଏବଂ ପସନ୍ଦ’ ପ୍ରଦାନ କରିବାର ଦୃଷ୍ଟିକୋଣ ଅନୁଯାୟୀ ପ୍ରସ୍ତୁତ କରିଛି।

ଭାରତରେ ଜଗତୀକରଣ ଆରମ୍ଭ ହେବା ପର୍ଯ୍ୟନ୍ତ ବିଂଶ ଶତ୍ତାଦ୍ଧୀର ୭୦ରୁ ୯୦ ଦଶକରେ ଭାରତରେ ପ୍ରାୟ ସମସ୍ତ ରାଜ୍ୟରେ କ୍ୟାମ୍ପା କୋଲାର ଉପସ୍ତିତି ଥିଲା। କିନ୍ତୁ ଜଗତୀକରଣ ଆରମ୍ଭ ହେବା ପରେ ଭାରତକୁ କୋକା-କୋଲା ଏବଂ ପେପ୍‌ସି ପରି ବହୁରାଷ୍ଟ୍ରୀୟ କମ୍ପାନୀ ଆସିବା ପରେ ‘କ୍ୟାମ୍ପାକୋଲା’ ଭାରତୀୟ ବଜାରରୁ ବିଲୁପ୍ତ ହୋଇଯାଇଥିଲା। ଶେଷରେ ୨୦୦୦-୨୦୦୧ରେ ଦିଲ୍ଲୀରେ ଥିବା କମ୍ପାନୀର ବଟଲିଂ ପ୍ଲାଣ୍ଟ ବନ୍ଦ କରି ଦେଇଥିଲା।

Get real time updates directly on you device, subscribe now.