fbpx

FashTag-Toll Taxରୁ ମିଳିବ ମୁକ୍ତି… ବଦଳିଲା ଟୋଲ୍ ନିୟମ: ଲାଗୁ ହେବ ନୂଆ ସିଷ୍ଟମ

ନୂଆଦିଲ୍ଲୀ: ଭାରତରେ ହାଇସ୍ପିଡରେ ନିର୍ମାଣ ହେବାରେ ଲାଗିଛି ହାଇୱେ ଏବଂ ଏକ୍ସପ୍ରେସ ୱେ । ଏହାସହିତ ତାଳ ଦେଇ ବଦଳିବାରେ ଲାଗିଛି ଟ୍ରାଫିକ ଏବଂ ଟୋଲ ଟାକ୍ସ ନିୟମ । ହାଇୱେ ଏବଂ ‘ଏକ୍ସପ୍ରେସ ୱେ’ରେ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଲଗାତାର ପରିବର୍ତ୍ତନ ଆଣୁଛନ୍ତି । ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି ସରକାର । ଏଣିକି ହାଇୱେ କିମ୍ବା ଏକ୍ସପ୍ରେସ ୱେ ଦେଇ ଯିବା ବାଟରେ ଗାଡ଼ି ଚାଳକଙ୍କୁ ଟୋଲ ଟାକ୍ସ ଟେନସନରୁ ମୁକ୍ତି ମିଳିବ । ଏକ ନୂଆ ସିଷ୍ଟମ ଥିବା କିଛି ଗାଡ଼ି ଏହି ସୁବିଦା ପାଇପାରିବେ । GNSS ସିଷ୍ଟମ ଥିବା ପ୍ରାଇଭେଟ ଗାଡ଼ି ଗୁଡ଼ିକୁ ୨୦ କି.ମି ପର୍ଯ୍ୟନ୍ତ କୌରସି ଟୋଲ ଦେବାକୁ ପଡ଼ିବ ନାହିଁ ।

ସଡ଼କ ଏବଂ ପରିବହନ ବିଭାଗ ମନ୍ତ୍ରାଳୟ ରାଷ୍ଟ୍ରୀୟ ରାଜମାର୍ଗ ଶୁଳ୍କ(ଦର ଏବଂ ସଂଗ୍ରହର ନିର୍ଦ୍ଧାରଣ) ନିୟମ ୨୦୦୮ରେ ସଂଶୋଧନ କରିଛନ୍ତି । ଜିପିଏସ ଆଧାରିତ ଟୋଲ ପ୍ରଣାଳୀକୁ ମଞ୍ଜୁରୀ ଦେଇଛନ୍ତି ସରକାର । ଏହି ନୂଆ ସିଷ୍ଟମରେ ଗାଡ଼ିକୁ ଟୋଲ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ । ନୂଆ ସାଟେଲାଇଟ୍ ଆଧାରିତ ସିଷ୍ଟମ ଜରିଆରେ ଫାଷ୍ଟାଗ୍ କିମ୍ବା ନଗଦ ଟଙ୍କା ନ ଦେଲେ ମଧ୍ୟ ଗାଡ଼ିର ନମ୍ବର ପ୍ଲେଟ ଦ୍ୱାରା ଟୋଲ ଟାକ୍ସ କାଟି ହେବ । ଏହି ନୂଆ ସିଷ୍ଟମ ଦ୍ୱାରା ଗାଡ଼ିରୁ ଜିପିଏସ ଜରିଆରେ ଯୋଲ ଆଦାୟ କରାଯିବ । ଜିଏନଏସଏସ ସିଷ୍ଟମ ଥିବା ବ୍ୟକ୍ତିଗତ ଗାଡ଼ିରେ ୨୦ କି.ମି ପର୍ଯ୍ୟନ୍ତ ଟୋଲ ଟାକ୍ସରେ ଛାଡ଼ ମିଳିପାରିବ ।

ନୂଆ ନିୟମ ଅନୁସାରେ, ଗାଡ଼ି ଯେତେ ହାଇୱେ ଏବଂ ଏକ୍ସପ୍ରେସ ୱେ ରେ ଦୂର ପର୍ଯ୍ୟନ୍ତ ଚାଲିବ, ସେହି ଅନୁସାରେ ଟାକ୍ସ ଆଦାୟ କରାଯିବ । ସାଟେଲାଇଟ ଆଧାରିତ ଟୋଲ ପ୍ରଣାଳୀ ଜିଏନଏସଏସ ଟେକନିକ ଉପରେ ନିର୍ଭର କରିଥାଏ । ଏହାଦ୍ୱାରା ଗାଡ଼ିର ସଠିକ ଲୋକେସନ୍ ଚିହ୍ନଟ ହୋଇପାରେ । ଫଳରେ ଗାଡ଼ି ଯେତେ ଦୂର ଚାଲେ, ଟାକ୍ସ ମଧ୍ୟ ସେହି ଅନୁସାରେ ଦେବାକୁ ପଡ଼ିଥାଏ । ଏଥିପାଇଁ ଗାଡ଼ିରେ ଜିପିଏସ ଏବଂ ଅନ୍ ବୋର୍ଡ ୟୁନିଟ୍ସ ରହିଥିବା ଆବଶ୍ୟକ ।

ଏହି ନୂଆ ନିୟମ ଲାଗୁ ହେବାପରେ କୌଣସି ସ୍ଥାନରେ ନ ରହି ଯାତ୍ରା କରିପାରିବେ ଗାଡ଼ି ଚାଳକ । ତେବେ ଦେଶରେ ଏହି ସେବା ଲାଗୁ ହେବା ପରେ ଟୋଲ ଗେଟ୍, ଟୋଲ ପ୍ଲାଜା ଇତ୍ୟାଦି ମଧ୍ୟ ଶେଷ ହୋଇପାରିବ । ଏହାଦ୍ୱାରା ଲୋକଙ୍କ ପାଇଁ ସମୟ ମଧ୍ୟ ନଷ୍ଟ ହେବ ନାହିଁ । ଯାତ୍ରା କରୁଥିବା ଦୂରତା ହିିସାବାରେ ଚାଳକଙ୍କ ଆକାଉଣ୍ଟରୁ ଟାକ୍ସ ବାବଦରେ ଟଙ୍କା ଆପେ ଆପେ କାଟି ନିଆଯିବ ।

Get real time updates directly on you device, subscribe now.