fbpx

ଯୀଶୁଙ୍କ ବଳିଦାନକୁ ମନେ ପକାଇ ଶୂଳିରେ ଚଢିଲେ ଲୋକମାନେ… ଯନ୍ତ୍ରଣାଦାୟକ ଚିତ୍ର ସାମ୍ନାକୁ ଆସିଲା

ନୂଆଦିଲ୍ଲୀ : ଗତ ଶୁକ୍ରବାର ଥିଲା ଗୁଡ୍ ଫ୍ରାଇଡେ । ସମଗ୍ର ବିଶ୍ୱରେ ଏହି ଦିନକୁ ପାଳନ କରାଯାଇଛି । ଏହି ଦିନ ଲୋକମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାନ୍ତି । ସେଥିପାଇଁ ଏହି ଦିନକୁ ଶୋକ ଦିନ ଭାବରେ ଗଣାଯାଏ । କାରଣ ଏହି ଦିନ ଭଗବାନ ଯୀଶୁ କ୍ରସ୍ ରେ ଚଢିଥିଲେ ।

ତେଣୁ ଭଗବାନ୍ ଯୀଶୁଙ୍କୁ ମନେ ପକାଇ ଭୁଡ୍ ଫ୍ରାଇ ଡେ ଦିନ ଫିଲିପାଇନ୍ସ କିଛି ଲୋକ ଶୂଳିରେ ଚଢିଛନ୍ତି । ଭଗବାନଙ୍କୁ କିଭଳି ଅନୁଭବ ହୋଇଥିଲା, ତାହାକୁ ସେମାନେ ଅଙ୍ଗେ ନିଭାଇଛନ୍ତି । ଏହାର ଯନ୍ତ୍ରଣାଦାୟକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଫିଲିପାଇନ୍ସର ଆଠ ଜଣ ଲୋକ ଶୁକ୍ରବାର ଦିନ ନିଜକୁ କ୍ରୁଶରେ ଚଢାଇଥିଲେ । ପ୍ରଭୁ ଯୀଶୁଙ୍କ ଯନ୍ତ୍ରଣାକୁ ମନେ ରଖିବା ପାଇଁ, ସେମାନେ ନିଜ ଇଚ୍ଛାରେ ହାତ ଏବଂ ପାଦରେ କଣ୍ଟା ପିଟିଥିଲେ । ଏହି ସମୟରେ ଅନେକ ଲୋକଙ୍କ ଶରୀରରୁ ରକ୍ତ ଝରୁଥିଲା। ଏହାର ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କ୍ୟାଥୋଲିକ୍ ଚର୍ଚ୍ଚ ଏହି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇଛି।

Get real time updates directly on you device, subscribe now.