fbpx
BJD
BJD SKY
BJD SKY

ଗରିବିରେ ଦିନ କାଟୁଛନ୍ତି ବିଶ୍ୱର ବଡ଼ବଡ଼ ଧନୀ, AI ଜାରି କଲା ଫଟୋ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ତାଲିକାରେ ନିଜ ନାମ ଦାଖଲ କରିଛନ୍ତି ବିଲ ଗେଟ୍ସ, ଏଲନ ମସ୍କ, ଡୋନାଲ୍ଡ ଟ୍ରମ୍ପ ଏବଂ ମୁକେଶ ଅମ୍ବାନୀଙ୍କ ସମେତ ଆହୁରି ଅନେକ ବ୍ୟକ୍ତିତ୍ୱ । କିନ୍ତୁ ବର୍ତ୍ତମାନ ସେମାନଙ୍କର ଗରିବ ବେଶରେ କିଛି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବସ୍ତି ଅଞ୍ଚଳରେ ଅତି ଗରିବ ସାଧାରଣ ଲୋକଙ୍କ ପରି ଜୀବନ କାଟୁଥିବା ବେଳର ଏହି ଦୃଶ୍ୟ ବର୍ତ୍ତମାନ ଇଣ୍ଟରନେଟରେ ଘୁରି ବୁଲୁଛି । ତେବେ ଏମାନଙ୍କ ମଧ୍ୟରୁ ଏଲନ ମସ୍କଙ୍କ ଚେହେରା ସବୁଠୁ ଭିନ୍ନ ଦେଖାଯାଉଛି ।

କଳାକାର ଗୋକୁଳ ପିଲ୍ଲାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୭ଟି ଫଟୋ ସେୟାର କରିଛନ୍ତି । ଏଥିରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଡୋନାଲ୍ଡ ଟ୍ରମ୍ପ, ବିଲ ଗେଟ୍ସ, ମୁକେଶ ଅମ୍ବାନୀ, ମାର୍କ ଜୁକରବର୍ଗ, ୱାରେନ ବଫେଟ, ଜେଫ ବେଜୋସ ଏବଂ ଏଲନ ମସ୍କଙ୍କ ଫଟୋ ଦେଖିବାକୁ ମିଳିଛି । କିନ୍ତୁ ଏକ ଅଲଗା ରୂପରେ । ବିଶ୍ୱର ବଡ ବଡ ଆରବପତି ଭାବରେ ଏହି ବ୍ୟକ୍ତିମାନେ ଶୀର୍ଷରେ ରହିଛନ୍ତି । କିନ୍ତୁ ଯଦି ଏମାନେ ଗରିବ ହୋଇଥାନ୍ତେ, ବସ୍ତି ଅଞ୍ଚଳରେ ଏମାନେ ଜୀବନଯାପନ କରିଥାନ୍ତେ, ତେବେ କିପରି ଦେଖାଯାଇଥାନ୍ତେ? ଏହାକୁ ନେଇ କିଛି ଫଟୋ ସେୟାର ହୋଇଛି । ଏଥିରେ ଆରବପତିମାନଙ୍କୁ ଚିରା-ଫଟା କପଡାରେ ଦେଖିବାକୁ ମିଳିଛି । ସେମାନଙ୍କ ଫଟୋର ବ୍ୟାକଗ୍ରାଉଣ୍ଡରେ ବସ୍ତି ଅଞ୍ଚଳ ଦେଖାଯାଇଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଏଭଳି ଅଦ୍ଭୁତ କଳା ଦେଖାଇଛନ୍ତି ଗୋକୁଳ ପିଲ୍ଲାଇ । ତେବେ ମିଡଜର୍ଣ୍ଣି ନାମକ ଏକ ପ୍ରୋଗ୍ରାମ ସାହାଯ୍ୟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତିତ୍ୱ ମାନଙ୍କୁ ଗରିବ କରି ଦେଇଛନ୍ତି ଗୋକୁଳ । ତାଙ୍କର ଏହି ଟାଲେଣ୍ଟ ସାରା ବିଶ୍ୱକୁ ଏକ ନୂଆ ଏବଂ ଆଶ୍ଚର୍ଯ୍ୟକର ପରିଣାମ ଦେଇଛି । ବିଶ୍ୱର ଏହି ଧନୀ ବ୍ୟକ୍ତିମାନେ ପ୍ରକୃତରେ ଗରିବ ହୋଇଥିଲେ କିପରି ଦେଖା ଯାଇଥାନ୍ତେ, ତାହା ସେ ଦେଖାଇଛନ୍ତି । ସମସ୍ତଙ୍କ ଚେହେରାକୁ ସେ ଅବିକଳ କରି ଦେଖାଇଛନ୍ତି ଗୋକୁଳ । କିନ୍ତୁ ଏମାନଙ୍କ ଭିତରୁ ଟ୍ୱିଟରର ସିଇଓ ଏଲନ ମସ୍କ ଗରିବ ପୋଷାକ ଏବଂ ଅଞ୍ଚଳରେ ମଧ୍ୟ ଧନୀ ଭଳି ଦେଖାଯାଉଛନ୍ତି ।

ତେବେ ଇନଷ୍ଟାଗ୍ରାମରେ ଗୋକୁଳଙ୍କର ଏହି ପୋଷ୍ଟ ପରେ ଦୁନିଆର ବିଶିଷ୍ଟ ଆରବପତିମାନଙ୍କ ଫଟୋ ଖୁକବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର ଏହାକୁ ଖୁବ ପସନ୍ଦ କରିବା ସହ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହି ଫଟୋକୁ ସଠିକ ଭାବରେ ଏଡିଟ କରାଯାଇଥିବା ଦେଖାଯାଇଛି । କାରଣ ସେମାନଙ୍କର ଅସଲି ଫଟୋ ଏବଂ ଏହି ଫଟୋଗୁଡିକ ମଧ୍ୟରେ ପାର୍ଥକ୍ୟ ବାହାର କରିବା କଷ୍ଟକର ହୋଇ ପଡୁଛି ।

Get real time updates directly on you device, subscribe now.