fbpx

ଟଙ୍କା ଟିଏ ବି ଖର୍ଚ୍ଚ ନକରି ଏହି ଉପାୟରେ ଘରୁ ଦୂର କରନ୍ତୁ ବାସ୍ତୁଦୋଷ

ଓଡ଼ିଶା ଭାସ୍କର ବ୍ୟୁରୋ: ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସବୁଠାରୁ ପ୍ରମୁଖ ବୋଲି ଧରାଯାଇଥାଏ । ସଠିକ୍ ଭାବେ ରୋଷେଇ ହୋଇଥିବା ଖାଦ୍ୟ ଘରକୁ ସକାରାତ୍ମକ ଶକ୍ତି ଆଣିଥାଏ ଓ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ । ଆଉ ଏହି ନେଗେଟିଭ୍ ଏନର୍ଜି ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଏ । ରୋଷେଇ ଘରର ବାସ୍ତୁ ପାଇଁ ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ ଦିଗରେ ନାଲି ରଙ୍ଗର ବଲବ୍ ଲଗାନ୍ତୁ । ଏହାଦ୍ୱାରା ନେଗେଟିଭ୍ ଏନର୍ଜି ଶେଷ ହୋଇଯିବ ।

ଘରେ ଲଗାତର ଭାବରେ ଝଗଡ଼ା, କଳି, ରୋଗ, କ୍ଷିତ ଯଦି ହେଉଛି ତାହେଲେ ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁର ଦ୍ୱାରା ନଅ ଆଙ୍ଗୁଳି ଲମ୍ବା ଓ ନଅ ଆଙ୍ଗୁଡି ଚଉଡ଼ା ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହାଦ୍ୱାରା ଚାରି ଦିଗରୁ ଆସୁଥିବା ନେଗେଟିଭ୍ ଏନର୍ଜି ଚାଲିଯିବ ଓ ଘରକୁ ସୁଖ ସମୃଦ୍ଧି, ଶାନ୍ତି, ଉନ୍ନତି ଆସିବ । ଆଉ ଏହି କାମ ମଙ୍ଗଳବାର ଦିନ କରନ୍ତୁ ।

ଘରେ ପୂଜା ପାଠ, କୀର୍ତ୍ତନ-ଭଜନ କରିବା ଦ୍ୱାରା ସବୁପ୍ରକାର ବାସ୍ତୁ ଦୋଷେ ଦୂର ହୋଇଥାଏ । ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର କୃପା ହୋଇଥାଏ । ତେଣୁ ପ୍ରତିଦିନ ସନ୍ଧ୍ୟାରେ ଘରେ ପୁଜା-ଆଳତୀ କରନ୍ତୁ ଓ ଗତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଭଲ ହୋଇଥାଏ । ହେଲେ ପଶ୍ଚିମ ଦିଗକୁ ଭୂଲରେ ବି ମୁଣ୍ଡ କରି ଶୁଅନ୍ତୁ ନାହିଁ । ଏହାଦ୍ୱାରା ଅନିଦ୍ରା, ପେଟରେ ଯନ୍ତ୍ରଣା, ଅଶାନ୍ତ ମନ ଭଳି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.