fbpx

ଶ୍ରାବଣରେ ପୂଜା କରି ଦୋଷକୁ କରନ୍ତୁ ଦୂର : ନବଗ୍ରହଙ୍କ ଶାନ୍ତି ପାଇଁ ଏହା ନିଶ୍ଚିତ ଅର୍ପଣ କରନ୍ତୁ

ଭୁବନେଶ୍ୱର : ଭଗବାନ ଶିବ ହେଉଛନ୍ତି ସୃଷ୍ଟିର ନିୟନ୍ତ୍ରକ । ତାଙ୍କୁ ପୂଜା କରି ସବୁକିଛି ନିୟନ୍ତ୍ରଣ କରାଯାଇପାରିବ ଏବଂ ଏହା ଦ୍ୱାରା ଗ୍ରହ ଓ ନକ୍ଷତ୍ର ସହଜରେ ଶାନ୍ତ ହୋଇପାରିବେ । ଶ୍ରାବଣ ମାସରେ ଅଳ୍ପ ପ୍ରୟାସ କରି ଗ୍ରହଙ୍କ ସମସ୍ୟା ସହଜରେ ଦୂରେଇ ପାରିବେ । ଯଦି ଆପଣ କିଛି ଗ୍ରହ ଦୋଷରେ ଚିନ୍ତିନ୍ତ ଅଛନ୍ତି, ତେବେ ଶ୍ରାବଣ ମାସରେ ଶିବଙ୍କ ପୂଜା ଏବଂ କିଛି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏହି ଦୋଷରୁ ମୁକ୍ତି ମିଳିପାରିବ ।

ସୂର୍ଯ୍ୟ ଦେବ : ଶ୍ରାବଣ ମାସର କୌଭସି ଏକ ରବିବାର ଦିନ ପାଣିରେ ଗୁଡ ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ବ୍ୟତୀତ ଶିବଲିଙ୍ଗରେ ମନ୍ଦାର ଫୁଲ ଅର୍ପଣ କରି, ‘ଓମ୍ ଆଦିତ୍ୟାୟ ନମଃ’ ମନ୍ତ୍ର ଜପ କରନ୍ତୁ ।

ଜହ୍ନ : ଏହି ଦିନରେ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରନ୍ତୁ । ଏହା ପରେ ଧଳା ରଙ୍ଗର ଫୁଲ ଅର୍ପଣ କରିବା ପରେ, ‘ଓମ୍ ସୋମ ସୋମାୟ ନମଃ’ ମନ୍ତ୍ର ଜପ କରନ୍ତୁ ।

ମଙ୍ଗଳ : ଏହି ମାସର କୌଣସି ଏକ ମଙ୍ଗଳ ବାର ଦିନ ଶିବଙ୍କ ଲିଙ୍ଗରେ ମହୁ ଏବଂ ପାଣି ଅର୍ପଣ କରନ୍ତୁ । ଏହା ସହିତ ‘ଓମ୍ ଆମ୍ ଅଙ୍ଗାରକାୟ ନମଃ’ ମନ୍ତ୍ର ଜପ କରି ମହାଦେବଙ୍କୁ ଆଳତୀ କରନ୍ତୁ ।

ବୁଧ : ଶ୍ରାବଣରେ କୌଣସି ଗୋଟିଏ ବୁଧବାରକୁ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରନ୍ତୁ । ଏହା ପରେ ‘ଓମ୍ ବୁମ୍ ବୁଦ୍ଧାୟ ନମଃ’ ମନ୍ତ୍ର ଜପ କରନ୍ତୁ ।

ବ୍ରହସ୍ପତି : ଶ୍ରାବଣର ଯେକୌଣସି ଗୁରୁବାରକୁ ଶିବଲିଙ୍ଗରେ ପାଣି ଅର୍ପଣ କରନ୍ତୁ । ଯଜ୍ଞ କୁଣ୍ଡରେ ହଳଦୀ ଲଗାନ୍ତୁ । ଏହା ସହିତ ‘ଓମ୍ ବୃହସ୍ପତାୟେ ନମଃ’ ଜାପ କରିନ୍ତୁ ଏବଂ ହଳଦୀଆ ମିଠା ମଧ୍ୟ ଦିଅନ୍ତୁ ।

ଶୁକ୍ର : ଏହି ଦିନରେ ଶିବଲିଙ୍ଗ ଉପରେ କ୍ଷୀର ଏବଂ ପାଣି ଅର୍ପଣ କରନ୍ତୁ । ଏହା ସହିତ ଧଳା ରଙ୍ଗର ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ ଏବଂ ‘ଓମ୍ ଶୁମ୍ ଶୁକ୍ରାୟ ନମଃ’ ମନ୍ତ୍ର ଜେପ କରନ୍ତୁ ।

Get real time updates directly on you device, subscribe now.