fbpx

ସଂକ୍ରମଣ କମିଲେ ବି ଜାରି ରହିବ ଲକଡାଉନ! ଶୀଘ୍ର କୋଭିଡ୍ କଟକଣା ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଆଉ କିଛି ରାଜ୍ୟରେ ଧୀରେଧୀରେ କଟକଣା ହଟାଇବା ନିମନ୍ତେ ପ୍ରସ୍ତୁତି ହେଲାଣି । ତରବରିଆ ଭାବେ କଟକଣା ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ହୋଇପାରେ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ।

ହୁ ପକ୍ଷରୁ କୁହାଯାଇଛି ଯେ, ସଂକ୍ରମଣ ହ୍ରାସ ପାଇଲେ ବି କଟକଣା ଜାରି ରହିବା ଉଚିତ । ଏହାକୁ ଭାରତ ସରକାର ଗୁରୁତ୍ୱର ସହ ବିଚାର କରିବା ଦରକାର । ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରତିବନ୍ଧକ ହଟାଇବା ଅର୍ଥ ସଂକ୍ରମଣକୁ ଆମନ୍ତ୍ରଣ କରିବା ସହ ସମାନ । ଭାରତରେ ଡେଲଟା ଭାରିଏଣ୍ଟ ସହ ଅନ୍ୟ ଭାରିଏଣ୍ଟ ବୃଦ୍ଧି ପାଉଛି । ତେଣୁ ଏବେ କଟକଣା କୋହଳ କରିବା ଆଗକୁ ଘାତକ ହୋଇପାରେ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଭ୍ୟାକ୍ସିନ ନେଇନାହାନ୍ତି, ସେମାନେ ଆଗକୁ ଅସୁବିଧାରେ ପଡ଼ିବେ । ପୂର୍ବରୁ ଡେଲଟା ଭାରିଏଣ୍ଟକୁ ନେଇ ହୁ ମଧ୍ୟ ଭାରତକୁ ସତର୍କ କରିଥିଲା । ଏହି ଭାରିଏଣ୍ଟ ଉପରେ ନଜର ରଖିବା ସହ ଏହା ଉପରେ ଅଧ୍ୟୟନ କରିବାକୁ ହୁ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.