fbpx
BJD SKY
BJD SKY

ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ଶିକ୍ଷକ

BJD

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ସଂଗୀତ ଶିକ୍ଷକ ।  ୨୨ ଫେବୃଆରୀରେ ମଣିପୁରରେ ହୋଇଥିବା ନିର୍ବାଚନୀ ରାଲିରେ ସାମିଲ ହୋଇଲେ ସଙ୍ଗୀତ ଶିକ୍ଷକ । ରାଜ୍ୟର ଜଣେ ଜଣା ଶୁଣା ଗାୟିକା ତଥା ସଂଙ୍ଗୀତ ଶିକ୍ଷକଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଇମ୍ଫାଲର ତକ୍ୟେଲପତରେ ସରକାରୀ ଆଇଡିଅଲ ବ୍ଲାଇଣ୍ଡ ସ୍କୁଲର ସଂଗୀତ ଶିକ୍ଷକ ପୁଷ୍ପାରାନୀ ଗତ ୨୩ ଫେବୃଆରୀରେ ସମାଜ କଲ୍ୟାଣ ବିଭାଗ ଦ୍ୱାରା କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା ।

ନୋଟିସରେ ସେ କହିଥିଲେ ଯେ ପିଲାଙ୍କୁ ପାଠ ପଢ଼ାଇବା ଛଡ଼ା ତାଙ୍କୁ ଗୀତ ଗାଇବା ଖୁବ୍ ପସନ୍ଦ । ତେଣୁ ଯେତେବେଳେ କିଛି ଲୋକ ତାଙ୍କୁ ସମାରୋହରେ ଗୀତ ଗାଇବାକୁ ଡାକିଥିଲେ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ । ସେ କହିଥିଲେ କିନ୍ତୁ ଏହି ସମାରୋହ କୌଣସି ରାଜନୈତିକ ସମାରୋହ ବୋଲି ସେ ଜାଣିନଥିଲେ । ତେବେ ତାଙ୍କ ଉତ୍ତରରେ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ,  ମଣିପୁରରେ ୨୮ ଫେବୃଆରୀ ଏବଂ ୩ ମାର୍ଚ୍ଚରେ ମତଦାନ ହେବାକୁ ଯାଉଛି ।

Get real time updates directly on you device, subscribe now.