fbpx

ଆରବିଆଇ ରେ ଫାଟ : ରେପୋ ରେଟ୍ ବୃଦ୍ଧି ଠିକ୍ ନୁହେଁ …ବୈଠକରେ ବିରୋଧ, ୨ ସଦସ୍ୟଙ୍କ କ୍ରସ୍ ଭୋଟିଂ

Advertisement

ନୂଆଦିଲ୍ଲୀ : ଫେବୃଆରୀ ୮ ରେ ଆରବିଆଇ ର ରେପୋ ରେଟ୍‌ ହାର ବୃଦ୍ଧି ନିଷ୍ପତ୍ତିକୁ ବୁଧବାର ଏମପିସି ବୈଠକରେ ତୀବ୍ର ବିରୋଧ କରାଯାଇଛି। ଏମପିସିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଏହା ବିରୋଧରେ ଭୋଟିଂ କରିଥିଲେ । ରେପୋ ହାର ବୃଦ୍ଧି ପ୍ରସଙ୍ଗକୁ ନେଇ ଆଶିମା ଗୋୟଲ ଏବଂ ଜୟନ୍ତ ଭର୍ମା ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ଜୟନ୍ତ ବର୍ମା କହିଥିଲେ୨୦୨୧-୨୨ ର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ଉପରେ ମୁଦ୍ରା ନୀତିକୁ ନେଇ ମୁଁ ସନ୍ତୁଷ୍ଟ ଥିଲିି କିନ୍ତୁ ୨୦୨୨-୨୩ରେ ଅସ୍ୱାଭାବିକ ଭାବରେ ଉଚ୍ଚ ମୁଦ୍ରାସ୍ଫୀତି ମୂଲ୍ୟ ଦେବାକୁ ପଡୁଛି । ସେ ଆହୁରି କହିଛନ୍ତି ଯେ ୨୦୨୨-୨୩ ର ଦ୍ୱିତୀୟାର୍ଦ୍ଧରେ ମୁଦ୍ରା ନୀତି ଅଭିବୃଦ୍ଧିରେ ଅସନ୍ତୋଷ ପ୍ରକାଶ ପାଇଛି । କିନ୍ତୁ ମୁଁ ଆଶା କରୁଛି ଯେ ୨୦୨୩-୨୪ ରେ କମ୍ ଅଭିବୃଦ୍ଧି ଆକାରରେ ଆମେ ଏହାର ମୂଲ୍ୟ ଦେବୁ ନାହିଁ। ଏମପିସି ରେ ବହୁମତରେ ରେପୋ ହାରକୁ ୦.୨୫ ପ୍ରତିଶତ ବୃଦ୍ଧି କରିବା ସମୟରେ ମୁଦ୍ରାସ୍ଫୀତି ପୂର୍ବାନୁମାନ ଉପରେ ଧ୍ୟାନ ଦିଆଯାଇନାହିଁ ।

ଏହି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବୈଶୟିକ କାରଣରୁ ଅନେକ ଅନିଶ୍ଚିତତା ରହିଛି। ଭୈଗୋଳିକ ତିକ୍ତତା, ବିଶ୍ୱ ଆର୍ଥିକ ବଜାରରେ ଅସ୍ଥିରତା, ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଏବଂ ପାଣିପାଗ ବିଭାଗର ପରିବର୍ତ୍ତନ ଯୋଗୁଁ ଅନେକ ଅନିଶ୍ଚିତତା ରହିଛି। ଏହି ବୃଦ୍ଧି ଭବିଷ୍ୟତରେ ମୁଦ୍ରା ନୀତି କାର‌୍ୟ୍ୟ ପାଇଁ ଉପଯୁକ୍ତ ହେବ ।

ବୈଠକରେ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି ଯେ, ବୈଶିୟିକ ଅନିଶ୍ଚିତତା ଯୋଗୁଁ ମୁଦ୍ରାସ୍ଫୀତି ବିରୋଧରେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇଛି। କିନ୍ତୁ ପୂର୍ବ ଭୟ ଅପେକ୍ଷା ବିମୁଦ୍ରାକରଣ ବର୍ତ୍ତମାନ ସ୍ଥିତିରେ ସହମତି ରହିଛି । ସର୍ବମୋଟ ଉପରେ ବୈଶୟିକ ମୁଦ୍ରସ୍ପିତି ଆଉଟଲୁକ୍ ପୂର୍ବ ଅପେକ୍ଷା ଅଧିକ ଅନିଶ୍ଚିତ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ପରେ ରେପୋ ହାର ପୁଣି ଥରେ ୦.୨୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଗତ ବର୍ଷ ମେ ମାସରୁ ଆରବିଆଇ ଷଷ୍ଠ ଥର ପାଇଁ ସୁଧ ହାର ବୃଦ୍ଧି କରିଥିଲା। ଏହି ଅବଧିରେ ହାରରେ ମୋଟ ୨.୫ ପ୍ରତିଶତ ବୃଦ୍ଧି ଘଟିଥିଲା।

Get real time updates directly on you device, subscribe now.