fbpx

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ, ୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଛି । ଆରବିଆଇର ଏହି ଘୋଷଣା ପରେ ବିଭିନ୍ନ ଋଣ ଉପରେ ସୁଧ କମିବ ନାହିଁ । ତେଣୁ ଗ୍ରାହକମାନେ ଏଥିରୁ କୌଣସି ଲାଭ ପାଇବାର ସମ୍ଭାବନା ନାହିଁ । ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଆରବିଆଇ ମୁଦ୍ରୀ ନୀତି କମିଟି (ଏମପିସି) ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବା ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ଉଭୟ ରିଭର୍ସ ରେପା ରେଟ୍ ୩.୩୫%ରେ ଓ ବ୍ୟାଙ୍କ ରେଟ୍ ୪.୨୫%ରେ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି । ଚଳିତ ବର୍ଷ ୨୦୨୧-୨୨ରେ ଦେଶର ଡିଜିପି ୧୦.୫% ବୃଦ୍ଧି ପାଇବାର ସମ୍ଭାବନା ଥିବା ଆରବିଆଇ ପକ୍ଷରୁ କୁହାଯାଇଛି । କରୋନା ମହାମାରୀ ମଧ୍ୟରେ ଦେଶରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଥିବା ଶ୍ରୀ ଦାସ କହିଛନ୍ତି ।

Get real time updates directly on you device, subscribe now.