fbpx
BJD SKY
BJD SKY

ପୁଣି ବଢ଼ିବ EMI, ପୁଣି କାନ୍ଦିବେ ଗରିବ ଭାରତୀୟ: RBI ବୃଦ୍ଧି କରିବାକୁ ଯାଉଛି Repo Rate

BJD

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମାଡ଼ରେ ଅସହାୟ ହୋଇପଡ଼ିଥିବା ଭାରତୀୟମାନେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ମାଡ଼ରେ ନିସ୍ତେଜ ହୋଇ ପଡ଼ିଛନ୍ତି । ତେବେ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ତ୍ରାହି ନାହିଁ । ଆଗକୁ ପୁଣି ବଢ଼ିବ ଲୋନର ଇଏମଆଇ । ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ବୃଦ୍ଧି କରିପାରେ ବୋଲି ସୂଚନା ମିଳିଛି ।

ଗତ ଏପ୍ରିଲ ମାସରେ ଦେଶରେ ମହଙ୍ଗା ଦର ୭.୭୯ ପ୍ରତିଶତ ରହିଥିଲା, ଯାହାକି ୮ ବର୍ଷରେ ସର୍ବାଧିକ ସ୍ତର ଥିଲା । ତେବେ ଚଳିତ ଆର୍ଥିକ ବର୍ଷରେ ରେପୋ ରେଟ୍ ୧ ପ୍ରତିଶତ ବୃଦ୍ଧି ହୋଇପାରେ । ରେଟିଙ୍ଗ ଏଜେନ୍ସି କ୍ରିସିଲ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି । କ୍ରିସିଲ ରିସର୍ଚ୍ଚ ୟୁନିଟ ପକ୍ଷରୁ କୁହାଯାଇଛି ଯେ, ଚଳିତ ବିତ୍ତ ବର୍ଷ ପାଇଁ ଆଭରେଜ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ବୃଦ୍ଧି ହୋଇ ୬.୩ ପ୍ରତିଶତରେ ପହଞ୍ଚି ପାରେ ।

ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ଚଳିତ ବର୍ଷ ପ୍ରାରମ୍ଭରେ ରେପୋ ରେଟ୍ ୦.୪ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତ କରିଥିଲା । ଗତ ୨୦୧୮ରେ ପ୍ରଥମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ଦେଶରେ ମହଙ୍ଗା ମାଡ଼ ଦ୍ରୁତ ଭାବେ ବଢ଼ିଚାଲିଥିବା ବେଳେ ରେପୋ ରେଟ୍ ପୁଣି ବୃଦ୍ଧି ହୋଇପାରେ । ଫଳରେ ଏହାର ପ୍ରଭାବରେ ଆପଣଙ୍କର ଇଏମଆଇ ବଢ଼ିବାର ସମ୍ଭାବନା ଦେଖାଦେଇଛି ।

Get real time updates directly on you device, subscribe now.