fbpx

ସାମ୍ବାଦିକମାନେ ଭୁଲ କହୁଛନ୍ତି ! ପାୱାର କଟ୍ ନୁହେଁ, ଟ୍ରିପ୍ ହେଉଛି – ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

Advertisement

ଭୁବନେଶ୍ୱର : ରାଜ୍ୟରେ ପାୱାର କଟ୍ ହେଉନାହିଁ । ପାୱର କଟ୍ ର ଅର୍ଥ ହେଲା ଶକ୍ତି ଆମ ପାଖରେ ନାହିଁ, ଆମେ କାଟିକି ଦେଉଛି । କିନ୍ତୁ ସେମିତି ନୁହେଁ । ଆପଣମାନେ ଭୁଲ ନ୍ୟୁଜ୍ ପରିବବେଷଣ କରୁଛନ୍ତି । ଆମ ପାଖରେ ପର୍ଯ୍ୟାପ୍ତ ଶକ୍ତି ରହିଛି ଏବଂ ପାୱାର କଟ୍ କରାଯାଉନାହିଁ । ଯେଉଁ ସ୍ଥାନରେ କଟ୍ ହେଉଛି ତାହା ଟ୍ରିପ୍ କାରଣରୁ ହେଉଛି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷା, ବାତ୍ୟା ଓ କାଳବୈଶାଖୀ କାରଣରୁ ଲାଇନ୍ କଟ୍ ହେଉଛି । କେଉଁଠାରେ ଗଛ ପଡି ତାର ଛିଣ୍ଡୁଛି ତ ଅନ୍ୟ କେଉଁଠି ଓଭର ଲୋଡିଂ ପାଇଁ ଟ୍ରିପ୍ ହୋଇ ଲାଇନ୍ କଟୁଛି । ଘଡଘଡି ବର୍ଷା ଯୋଗୁଁ ଟ୍ରାନ୍ସଫରମର ପୋଡି ଯିବା କାରଣରୁ ଲାଇନ୍ କଟିବା ଭଳି ସମସ୍ୟା ଦେଖାଯାଉଛି । ଏହା ପାୱର କଟ୍ ନୁହେଁ ।

ସାମ୍ବାଦିକମାନେ ଭୁଲ କହୁଛନ୍ତି । ଶକ୍ତି ଯୋଗାଣ କ୍ଷେତ୍ରରେ ଜାତୀୟ ଠାରୁ ରାଜ୍ୟ ଆଗରେ ରହିଛି । ଗତ ମେ ମାସ ୧୮ ତାରିଖରେ ଏନେଇ କେନ୍ଦ୍ରରୁ ଏକ ଚିଠି ଆସିଥିଲା, ଯେଉଁଥିରେ ଲେଖାଥିଲା ଓଡିଶାରେ ସଠିକ୍ ଭାବରେ ଶକ୍ତି ଯୋଗଣା କରାଯାଉଛି । ଏହି କ୍ଷେତ୍ରରେ ଓଡିଶାକୁ ପ୍ରଂଶସା କରାଯାଇଥିଲା । କହିବେ ଯଦି ସେଠି ଚିଠି ଦେଖାଇବି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

Get real time updates directly on you device, subscribe now.