fbpx

ଗଣତନ୍ତ୍ର ଦିବସ ୨୦୨୩ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଇଜିପ୍ଟ ରାଷ୍ଟ୍ରପତି ଏଲ୍ ସିସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍ ସିସି ୨୬ ଜାନୁୟାରୀ ୨୦୨୩ ରେ ଭାରତର ଗଣତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ପ୍ରଥମ ଥର ପାଇଁ ଆରବ ଗଣତନ୍ତ୍ରର ରାଷ୍ଟ୍ରପତି ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ। ଭାରତ ଏବଂ ଇଜିପ୍ଟ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଚଳିତ ବର୍ଷ ଦୁଇ ଦେଶ କୂଟନୈତିକ ସମ୍ପର୍କ ଗଠନର ୭୫ ତମ ବାର୍ଷିକୀକୁ ଉଭୟ ଦେଶ ପାଳନ କରୁଛନ୍ତି । ୨୦୨୨-୨୩ ମସିହାରେ ଭାରତର ଜି -୨୦ ସଭାପତି ଥିବା ସମୟରେ ଇଜିପ୍ଟକୁ ‘ଅତିଥି ଦେଶ’ ଭାବରେ ନିମନ୍ତ୍ରଣ କରାଯାଇଥିଲା।

୨୦୨୧ ମସିହାରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ବ୍ରିଟେନରେ କୋଭିଡ -୧୯ ମାମଲା ବୃଦ୍ଧି ହେତୁ ସେ ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ । ଚଳିତ ବର୍ଷ ଭାରତ ପାଞ୍ଚଟି ମଧ୍ୟ ଏସୀୟ ଗଣତନ୍ତ୍ରର ନେତାମାନଙ୍କୁ ଗଣତନ୍ତ୍ର ଦିବସ ଉତ୍ସବରେ ନିମନ୍ତ୍ରଣ କରିଥିଲା। ସେହିପରି ୨୦୧୮ ରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର (ଏସିଆନ) ର ୧୦ ଟି ଦେଶର ନେତାମାନେ ଗଣତନ୍ତ୍ର ଦିବସ ପରେଡରେ ଉପସ୍ଥିତ ଥିଲେ । ୨୦୨୦ ରେ ବ୍ରାଜିଲର ତତ୍କାଳୀନ ରାଷ୍ଟ୍ରପତି ଜାୟର ବୋଲସନାରୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.