fbpx

NCC କେବେ ଗଠନ କରାଯାଇଥିଲା: ଏହାକୁ କାହିଁକି ପାଳନ କରାଯାଏ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ ଓ ମହତ୍ତ୍ୱ

ନୂଆଦିଲ୍ଲୀ: ଆଜି (ନଭେମ୍ବର ୨୭) ନ୍ୟାସନାଲ କ୍ୟାଡେଟ କ୍ରପସ (ଏନସିସି)ର ୭୪ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହାରେ ଏନସିସି ଗଠନ କରାଯାଇଥିଲା । ଏନସିସି ହେଉଛି ବିଶ୍ୱର ସର୍ବବୃହତ ବର୍ଦ୍ଦିଧାରୀ ଯୁବ ସଂଗଠନ । ଏନସିସି ଡେ ଅବସରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ଏନସିସି ୟୁନିଟ ଦ୍ୱାରା ସ୍କୁଲ ଓ କଲେଜମାନଙ୍କରେ ଏହା ପାଳନ କରାଯାଇଥାଏ । ଏହି ଅବସରରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଶହୀଦ ରାଷ୍ଟ୍ର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ ।

ଭାରତରେ ଥିବା ଏନସିସି ବିଶ୍ୱର ସର୍ବବୃହତ ଯୁବ ସଂଗଠନ ଅଟେ । ଏଥିରେ ୧.୨ ମିଲିୟନରୁ ଅଧିକ କ୍ୟାଡେଟ ରହିଛନ୍ତି । ଏହା ଭାରତୀୟ ସେନାର ଏକ ସ୍ୱଚ୍ଛ ଓ ସମୃଦ୍ଧ ସଂଗଠନ । ଏନସିସି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ସଞ୍ଚାଳିତ ହୋଇଥାଏ । ୧୯୪୮ ମସିହା ଜୁଲାଇ ମାସ ୧୫ ତାରିଖରେ ଏନସିସି ଗଠନ କରାଯାଇଥିଲା । ମାତ୍ର ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ଚତୁର୍ଥ ରବିବାର ଦିନ ଏନସିସି ଦିବସ ପାଳନ କରାଯାଇଥାଏ । କାରଣ ଏହି ଦିନ ୧୯୪୭ରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏନସିସି ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା ।

ଯୁବ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସ୍ମରଣ କରିବା ପାଇଁ ଏନସିସି ଦିବସ ପାଳନ କରାଯାଇଥାଏ । ଏନସିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ମଧ୍ୟରେ ଏକତା ଓ ଅନୁଶାସନର ବାର୍ତ୍ତା ପ୍ରେରିତ କରିବା । ଛାତ୍ରଙ୍କ ମଧ୍ୟରେ ଏହା ସମର୍ପଣ, ନିଷ୍ଠା ଓ ଆତ୍ମବଳିଦାନ ଆଦିର ବିଚାର ସୃଷ୍ଟି କରିଥାଏ । ଏଥିସହିତ ଏନସିସି ୨୫ରୁ ଅଧିକ ଦେଶରେ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରିଥାଏ । ଏହି ଅବସରରେ କ୍ୟାଟେମାନଙ୍କୁ ଶାନ୍ତି ଓ ଏକତାର ରାଜଦତ ଭାବେ ପଠାଯାଇଥାଏ । ଗତ କିଛି ବର୍ଷ ହେଲା ଏନସିସିର ଦ୍ରୁତ ବିକାଶ ଘଟିଥିବା ପ୍ରତିରକ୍ଷା ସଚିବ ମତ ଦେଇଛନ୍ତି । ଏନସିସି ସ୍ଥାପନ ଦିବସ ଅବସରରେ ପ୍ରତ୍ୟେକ ରାଜ୍ୟର ରାଜଧାନୀମାନଙ୍କରେ ଏହା ପାଳନ କରାଯାଇଥାଏ । ଏହି ଅବସରରେ କ୍ୟାଡେଟମାନେ ମାର୍ଚ୍ଚ ପାଷ୍ଟ କରିବା ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି । ସଶସ୍ତ୍ର ବଳରେ ସାମିଲ ହେବା ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଏନସିସି ଯୁବବର୍ଗଙ୍କୁ ପ୍ରେରିତ କରିଥାଏ ।

Get real time updates directly on you device, subscribe now.