fbpx

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା କଟକଣା: ସାମିଲ୍ ହେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପାଳନ ଉପରେ ସରକାରଙ୍କ କଟକଣା । ସକାଳ ସାଢ଼େ ୮ଟା ପରେ ହେବ ପତାକା ଉତ୍ତୋଳନ । ତେବେ ଏଥର କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ, ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡେଟ୍ସ ଅଂଶଗ୍ରହଣ କରିବେ ନାହିଁ । ଅଳ୍ପସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ୍ ପାଇଁ ମିଳିବ ଅନୁମତି । କୌଣସି ସାଧାରଣ ଲୋକଙ୍କୁ ମଧ୍ୟ ସମାରୋହକୁ ଆସିବା ଉପରେ ପ୍ରତିବନ୍ଧକ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୭ ହଜାରରୁ ଅଧିକ ରହିଛି । ସେପଟେ ରାଜ୍ୟ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବା ସ୍ୱରୂପ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରଖାଯାଇଛି । ନାଇଟ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି । ବିବାହ, ଶେଷକୃତ୍ୟ ତଥା କୌଣସି ଉତ୍ସବରେ ସୀମିତ ସଂଖ୍ୟକ ଲୋକଙ୍କୁ ଅନୁମତି ଭଳି ନିୟମ ଲାଗୁ କରିଛନ୍ତି ।

Get real time updates directly on you device, subscribe now.