fbpx

(ଭିଡିଓ) ନକଲି ଟଙ୍କା ବଦଳରେ ଅସଲି ଟଙ୍କା ଦେଇ ଠକାମୀର ଶିକାର ହେଲେ ବ୍ୟବସାୟୀ: ଥାନାରେ ଅଭିଯୋଗ; ଦେଖନ୍ତୁ ଭିଡିଓ…

ନକଲି ଟଙ୍କା ବଦଳରେ ଅସଲି ଟଙ୍କା ଦେଇ ଠକାମୀର ଶିକାର ହୋଇଥିବା ଅଭିଯୋଗ। ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗ୍ରାମର ଅଜିତ କୁମାର ପଣ୍ଡା ନିଜ କାମ ସାରି ଜୟପାଟଣାରୁ ନିଜ ଗାଁକୁ ବାଇକରେ ଫେରୁଥିବା ବେଳେ ବନମାଳୀପୁର ଛକନିକଟରେ ଜୟପାଟଣା ଆଡକୁ ବାଇକରେ ଆସୁଥିବା ଜଣେ ଲୋକ ତାଙ୍କୁ ଅଟକାଇ ଥିଲେ। ବ୍ୟକ୍ତି ଜଣକ ଅଜିତଙ୍କୁ କହିଥିଲେ ଯେ ସେ ତାଙ୍କ ପୁଅଙ୍କ ଦୋକନରୁ ଜିନିଷ କିଣିଥିଲେ ଏବଂ ଅଜିତଙ୍କ ପୁଅ ତାଙ୍କୁ ଏକ ହଜାର ଟଙ୍କା ଦେବାର ଥିଲା ଟଙ୍କା ଦେଇଦେବେ ବୋଲି କହି ଦୁଇ ହଜାର ଟଙ୍କିଆ ନୋଟ ଦେଇଥିଲା ।

ଶ୍ରୀ ପଣ୍ଡା ତାକୁ ଏକ ହଜାର ଟଙ୍କା ଫେରାଇ ଦେଇଥିଲେ । ତାଙ୍କ ପର୍ସରେ ଅଧିକ ଟଙ୍କା ଥିବା ଦେଖି ମୋତେ ଆଉ ଚାରି ହଜାର ଟଙ୍କାର ଖୁଚୁରା ଦିଅ ବୋଲି ଅନୁରୋଧ କରିବାରୁ ଦୁଇଟି ଦୁଇ ହଜାର ଟଙ୍କା ବଦରେ ତାକୁ ଆଠଟି ପାଞ୍ଚଶହ ଟଙ୍କା ଫେରାଇ ଦେଇଥିଲେ । ଘରକୁ ଗଲାପରେ ଜାଣିବାକୁ ପାଇଲେ ଯେ ଉକ୍ତ ବ୍ୟକ୍ତି ଦେଇଥିବା ତିନୋଟି ଦୁଇ ହଜାର ଟଙ୍କିଆ ନୋଟ ନକଲିବୋଲି । ସେ ଠକାମୀର ଶିକାର ହୋଇ ଥିବା ସମ୍ପର୍କରେ ଜୟପାଟଣା ଥାନ ରେ ଏତଲା ଦେଇଛନ୍ତି । ଜୟପାଟଣା ଅଞ୍ଚଳରେ ଜାଲ ନୋଟ କାରବାର ର ଏକ ରାକେଟ ସକ୍ରିୟ ଥିବା ଚର୍ଚ୍ଚା ହେଉଛି । କାରବାର ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଉଛି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.