fbpx

ମାସ୍କ ନପିନ୍ଧି ଅଜବ ତର୍କ ଦେଲେ ମନ୍ତ୍ରୀ, କହିଲେ- ତୁମ ମାସ୍କଠୁ ମୋ ଗାମୁଛା ୪ ଗୁଣ ଅଧିକ ମଜବୁତ

ଭୋପାଳ : ବିବାଦୀୟ ବୟାନ ଦେଇ ପୁଣି ଥରେ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପିର ଫାୟର ବ୍ରାଣ୍ଡ ନେତା ଉଷା ଠାକୁର। ଯେବେ ତାଙ୍କୁ ମାସ୍କ ନପିନ୍ଧିଥିବାର କାରଣ ପଚରାଗଲା, ସେ ଅଜବ ଉତ୍ତର ଦେଇଥିଲେ। ସେ କହିଛନ୍ତି, ତୁମ ମାସ୍କଠୁ ମୋ ଗାମୁଛା ୪ ଗୁଣ ଅଧିକ ମଜବୁତ। ମୁଁ ଗତ ୩୦ ବର୍ଷ ଧରି ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ହୋମ କରୁଛି। ଏହା ମୋର ରୋଗ ପ୍ରତିରୋଧକ କ୍ଷମତା ବଢାଉଥିବା ଉଷା ଠାକୁର କହିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଖଣ୍ଡଓ୍ଵାର ପ୍ରଭାରୀ ମନ୍ତ୍ରୀ। ନିଜର ଦୁଇ ଦିନିଆ ଗସ୍ତରେ ସେ ଜିଲ୍ଲା ହସ୍ପିଟାଲ ନିରୀକ୍ଷଣ କରିବା ବ୍ୟତୀତ ପାର୍ଟି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ କୌଣସି କାର୍ଯ୍ୟକ୍ରମରେ ସେ ମାସ୍କ ପିନ୍ଧିନଥିଲେ। ସର୍କିଟ୍ ହାଉସରେ ମଧ୍ୟ ବିନା ମାସ୍କରେ ଲୋକଙ୍କ ଅଭିଯୋଗ ଏବଂ ସମସ୍ୟା ଶୁଣିଥିଲେ। ଏପରିକି ଜିଲ୍ଲାପାଳଙ୍କ ସଭାକକ୍ଷରୁ ବାହାରିବା ସମୟରେ ମଧ୍ୟ ତାଙ୍କ ମୁହଁରେ ମାସ୍କ ନଥିଲା।

ଏହି ସମୟରେ ତାଙ୍କୁ ସାମ୍ବାଦିକ ମାସ୍କ ନପିନ୍ଧିଥିବାର କାରଣ ପଚାରିଲେ। ଉତ୍ତରରେ ମନ୍ତ୍ରୀ ତୁମ ମାସ୍କଠୁ ମୋ ଗାମୁଛା ୪ ଗୁଣ ଅଧିକ ମଜବୁତ। ମୁଁ ଗତ ୩୦ ବର୍ଷ ଧରି ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଅଗ୍ନିହୋତ୍ର କରୁଛି। ଏହା ମୋର ରୋଗ ପ୍ରତିରୋଧକ କ୍ଷମତା ବଢାଉଥିବା କହିଥିଲେ। ସୂଚନାଯୋଗ୍ୟ, ରାଜ୍ୟସାରା କରୋନା ପ୍ରକୋପ ବଢିବାରେ ଲାଗିଛି।

Get real time updates directly on you device, subscribe now.