fbpx

(Video) ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ଯୋଗଦେଲେ ୧୫ ଶହ ଲୋକ; ଦେଖନ୍ତୁ ଭିଡିଓ…

ସାଧାରଣତଃ ମଣିଷଙ୍କ ମୃତ୍ୟୁ ହେଲେ ଅନ୍ତେଷ୍ଟି କ୍ରିୟା କରାଯାଇଥାଏ । ଜଣେ ହିନ୍ଦୁ ହେଉ କି ସେ ଅନ୍ୟ କୌଣସି ଧର୍ମ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଏ । ତେବେ ଆପଣମାନେ କେବେ ଶୁଣିଛନ୍ତି କି କୌଣସି ପଶୁର ପୁଣି ଏଭଳି କିଛି ଅନ୍ତେଷ୍ଟି କ୍ରିୟା ବିଷୟରେ । ହଁ ଆଜ୍ଞା ତାହା ପୁଣି ଗୋଟିଏ ମାଙ୍କଡର ।  ଶୁଣିଲେ ଯେ କେହିବି ଚକିତ ହୋଇଯିବେ । ଏଭଳି ଏକ ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ପୁଣି ଜଣେ କି ଦୁଇ ଜଣ ନୁହେଁ ପୁଣି ୧୫ ଶହ ଲୋକ ଯୋଗ ଦେଲେ । ଏଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାର ଦାଲୁପୁରା ଗାଁରେ । ଗତ ୨୯ ତାରିଖରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି  । ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ଘଟଣାଟି ଅନୁଯାୟୀ, ଦାଲୁପୁରା ଗାଁରେ ପୁଣି ଏକ  ମାଙ୍କଡର ମୃତ୍ୟୁରେ ଦୁଃଖିତ ହୋଇ  ଗାଁ ଲୋକେ ଅନ୍ତେଷ୍ଟିକ୍ରିୟା ଆୟୋଜନ କରିଥିଲେ  ।  ଅନ୍ତିମ ସଂସ୍କାର ମାଙ୍କଡର ମୃତଦେହକୁ ଅତି ସମ୍ମାନର ସହକାରେ ଶବଦାହ କରିବା ପାଇଁ ଶଶ୍ମାନକୁ ନେଉଁଛନ୍ତି ଲୋକମାନେ । କେବଳ ଏତିକି ନୁହେଁ ସଂପୂର୍ଣ୍ଣ ରୀତିନୀତିି ଅନୁସାରେ ତାର ସମସ୍ତ କାର୍ଯ୍ୟ ବି କରାଯାଉଛି । ହରି ସିଂ ନାମକ ଯୁବକ ହିନ୍ଦୁ ରୀତିନିତିରେ ଲଣ୍ଡା ହୋଇଥିଲେ।

ମାଙ୍କଡ ହେଉଛନ୍ତି ପ୍ରଭୁ ହନୁମାନଙ୍କର ଏକ ରୂପ । ଆମ ଦେଶରେ ବିଭିନ୍ନ ସ୍ତାନରେ ମାଙ୍କଡଙ୍କୁ ପବିତ୍ର ବୋଲି ମଧ୍ୟ ମାନ୍ୟତା ଦିଆଯାଇଥାଏ । ଦାଲୁପୁରା ଗାଁରେ ପୁଣି ତାର ଅନ୍ତିମ ସଂସ୍କାର ପରେ ଗ୍ରାମବାସୀ ଟଙ୍କା ଆାଦୟ କରି ଏକ ଭୋଜି ଆୟୋଜନ କରିଥିଲେ। ଆହୁରି ପୁଣି ଏଥିଲାଗି କାର୍ଡ ଛପାଯିବା ସହ ୧୫୦୦ ଗ୍ରାମବାସୀଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ଏଭଳି କ୍ରିୟାର ଆୟୋଜନ କରିଥିବାରୁ ଗ୍ରାମବାସୀଙ୍କ ବିରୋଧରେ କୋଭିଡ୍ ପ୍ରୋଟୋକଲ ଭଙ୍ଗ କରିବା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ଅନ୍ୟ ଗ୍ରାମବାସୀ ଲୁଚି ଯାଇଛନ୍ତି। ଦେଖନ୍ତୁ ଭିଡିଓ…

 

 

 

 

Get real time updates directly on you device, subscribe now.