fbpx
BSKY SKY
BSKY SKY

ଉଦ୍ଧାର ଓ ଚିକିତ୍ସା ଗରୁତ୍ୱପୂର୍ଣ୍ଣ, ଉଚ୍ଚସ୍ତରୀୟ ତଦନ୍ତ ହେବ – ରେଳ ମନ୍ତ୍ରୀ

BSKY

ଭୁବନେଶ୍ୱର : ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନ ତନ କରି ଯାଞ୍ଚ କରିଛନ୍ତି । ଅନ୍ୟାନ୍ୟ କର୍ମଚାରୀଙ୍କ ସାଙ୍ଗରେ ନିଜେ ରେଳମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ମଧ୍ୟରେ ପଶି ତଦନ୍ତ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଓ ଉତ୍ତମ ଚିକିତ୍ସା ପ୍ରାଥମିକତା ବୋଲି ଗଣମାଧ୍ୟମରେ କହିଛନ୍ତି ରେଳମନ୍ତ୍ରୀ । ଉଦ୍ଧାରକାର୍ଯ୍ୟ ପରେ ତଦନ୍ତ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଉଚ୍ଚ ସ୍ତରୀୟ ବୈଠକ ହୋଇଛି ଏବଂ ଘଟଣାର ମୂଳ କାରଣ ଖୋଜା ଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଉଚ୍ଚ ସସ୍ତରୀୟ କମିଟି କରାଯାଇଛି । କିନ୍ତୁ ଏହା ପୂର୍ବରୁ ପ୍ରାଥମିକତା ହେଉଛି ଯାତ୍ରୀଙ୍କୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ଯୋଗାଇ ଦେବା ।

ବାଲେଶ୍ୱର ବାହାନଗା ନିକଟରେ ଘଟଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି । ଏସଆରସିଙ୍କ ତଥ୍ୟ ଆଧାରରେ ସୂଚନା ଦେଲେ ମୁଖ୍ୟ ସଚିବ ଏହା ଜଣାଇଛନ୍ତି । ଏହା ସହ ଏଥିରେ ୯୦୦ରୁ ଅଧିକ ଆହତ ହୋଇଛନ୍ତି ।

Get real time updates directly on you device, subscribe now.