fbpx
BSKY SKY
BSKY SKY

ଟ୍ରେନ୍ ଦୁର୍ଘଟଣା ଘଟେ କାହିଁକି: ଦୁର୍ଘଟଣା କେବଳ ଦୁଇଟି କାରଣ ପାଇଁ ଘଟେ, ଜାଣନ୍ତୁ ଅଚାନକ କିପରି ବିପଦ ମାଡ଼ିଆସେ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୯୦୦ ଲୋକ ଆହତ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ତଥ୍ୟ ଆଧାରରେ ଜଣାପଡ଼ିଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତକ ଓ ଆହତଙ୍କ ପରିବାର ପାଇଁ ଯଥାକ୍ରମେ ୨ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଚାରିଆଡ଼ ଖାଲି ଶବମୟ ହୋଇ ପଡ଼ିଥିବା ବେଳେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ତେବେ ଯେଉଁମାନେ ଏହି ତାଣ୍ଡବରେ ମୃତ୍ୟୁବରଣ କରିଛନ୍ତି ସେମାନେ ତ ଆଉ ଫେରିବେନି ମାତ୍ର ଏ କ୍ଷେତ୍ରରେ ଆମ ସମସ୍ତଙ୍କୁ ବହୁତ କିଛି ଜାଣିବାର ଅଛି । ପ୍ରକୃତରେ ରେଳ ଦୁର୍ଘଟଣା ଘଟେ କାହିଁକି? ସାଧାରଣ ଭାବେ ରେଳ ଦୁର୍ଘଟଣା ମୁଖ୍ୟତଃ ଦୁଇଟି କାରଣ ପାଇଁ ହୋଇଥାଏ । ପ୍ରଥମ ମାନବଜନିତ ତ୍ରୁଟି ଓ ଅନ୍ୟଟି ବୈଷୟିକ ବା ଟେକ୍ନିକାଲ ଜନିତ ତ୍ରୁଟି । ଏହି ଦୁର୍ଘଟଣା ପଛର କାରଣ ଟେକ୍ନିକାଲ ତ୍ରୁଟି ବୋଲି କୁହାଯାଉଛି । ଆଗକୁ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ।

ସିଗନାଲ ଖରାପ କାରଣରୁ ଦୁଇ ଟ୍ରେନ ଗୋଟିଏ ରେଳ ଲାଇନକୁ ଆସି ଯାଇଥିଲେ । ଫଳରେ ଏପରି ଏକ ବଡ଼ ଦୁର୍ଘଟଣା ସଂଘଟିତ ହୋଇଥିଲା ବୋଲି କୁହାଯାଉଛି । ଟ୍ରେନ ଡ୍ରାଇଭର କଣ୍ଟ୍ରୋଲ ରୁମର ନିର୍ଦ୍ଦେଶ ଅନୁସାରେ ଟ୍ରେନକୁ ଚଳାଇଥାନ୍ତି । କଣ୍ଟ୍ରୋଲ ରୁମରୁ ଟ୍ରାକରେ ଟ୍ରାଫିକକୁ ଦେଖି ସିଗନାଲ ଦିଆଯାଇଥାଏ । ସେଥିପାଇଁ ରେଲୱେ କଣ୍ଟ୍ରୋଲ ରୁମରେ ଏକ ବଡ଼ ଡିସପ୍ଲେ ଲାଗିଥାଏ । କେଉଁ ଟ୍ରେନ କେଉଁ ଟ୍ରାକରେ ରହିଛି ତାହାର ସବିଶେଷ ସୂଚନା ସେଥିରେ ଦୃଶ୍ୟମାନ ହୋଇଥାଏ ।

କେଉଁ ଟ୍ରାକରେ କେଉଁ ଟ୍ରେନ ଯାଉଛି, କେଉଁ ଟ୍ରାକ ଖାଲି ଅଛି, ତାହା ଡିସପ୍ଲେରେ ଦେଖାଯାଇଥାଏ । ସେଥିରେ ସବୁଜ ଓ ଲାଲ ରଙ୍ଗର ଲାଇଟ୍ ମାଧ୍ୟମରେ ସବୁ ଜଣାପଡ଼ିଥାଏ । ଯଦି କୌଣସି ଟ୍ରେନ ଟ୍ରାକରେ ଚାଲୁଛି ତେବେ ସେ କ୍ଷେତ୍ରରେ ଲାଲ ରଙ୍ଗ ଦୃଶ୍ୟମାନ ହୋଇଥାଏ । ମାତ୍ର ଯଦି ରେଳ ଲାଇନ୍ ଖାଲି ଥିବ ତେବେ ଗ୍ରୀନ୍ ସିଗନାଲ ଦେଖାଇଥାଏ । ଏହାକୁ ଦେଖି କଣ୍ଟ୍ରୋଲ ରୁମରୁ ଲୋକୋପାଇଲଟକୁ ନିର୍ଦ୍ଦେଶ ଦିଆଯାଇଥାଏ । ମାତ୍ର ଅନେକ ସମୟରେ ବୈଷୟିକ ତ୍ରୁଟି କାରଣରୁ ଡିସପ୍ଲେରେ ଟ୍ରେନର ସିଗନାଲ ଠିକ୍ ଭାବେ ଦୃଶ୍ୟମାନ ହୋଇନଥାଏ । ଫଳରେ ଦୁଇଟି ଟ୍ରେନ ଗୋଟିଏ ଟ୍ରାକକୁ ଚାଲିଆସିଥାନ୍ତି ଓ ଏକ ଭୟଙ୍କର ଦୁର୍ଘଟଣା ଜନ୍ମ ନେଇଥାଏ ।

Get real time updates directly on you device, subscribe now.