fbpx

IAS ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ବିଷ୍ଣୁପଦ ଜିଏ ଓ ପିଜି ବିଭାଗର ଓଏସଡି ଭାବେ କାର୍ଯ୍ୟରତ ଥିଲେ । ଏହି ଅଦଳବଦଳ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ରାଜ୍ୟ ସରକାରଙ୍କର ପ୍ଲାନିଂ ଆଣ୍ଡ କନଭରଜେନ୍ସ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ କଟକ ସ୍ଥିତ ଲ୍ୟାଣ୍ଡ ରେକର୍ଡସ ଓ ସେଟଲମେଣ୍ଟ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପାନୀୟ ଜଳ ଓ ପରିମଳ, ପିଆରଆଣ୍ଡଡିଡବ୍ଲ୍ୟୁ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିବା ବି. ପରମେସ୍ୱରନଙ୍କୁ ଭୁବନେଶ୍ୱର ସ୍ଥିତ କନସୋଲିଡେସନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପରମେସ୍ୱରନ ଓଏଚଇପିଇଇର ଏସପିଡି ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଥିଲେ ।

ଭୁବନେଶ୍ୱର କନସୋଲିଡେସନ ଆୟୋଗଙ୍କ ପଦକୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଆଇଏଏସ କ୍ୟାଡରଙ୍କ ସହ ସମାନ ମାନ୍ୟତା ଓ ଦାୟିତ୍ୱ ମିଳିବ ବୋଲି ଘୋଷଣା କରାଯାଇଛି । ଏଚ ଆଣ୍ଡ ଭିଏସର ନିର୍ଦ୍ଦେଶକ ରାମାଶିସ ହାଜ୍ରାଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି । ରୋଟିର ନିର୍ଦ୍ଦେଶକ ଓ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ଜ୍ୟୋତି ପ୍ରକାଶ ଦାସଙ୍କୁ ପିଆରଆଣ୍ଡଡିଡବ୍ଲ୍ୟୁଡ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ପିଆରଆଣ୍ଡଡିଡବ୍ଲ୍ୟୁ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ, ପିଆରଆଣ୍ଡଡିଡବ୍ଲ୍ୟୁ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏସଟି ଆଣ୍ଡ ଏସସି ବିକାଶ ବିଭାଗର ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କଟକ ସ୍ଥିତ ରାଜ୍ୟ ରାଜସ୍ୱ ବୋର୍ଡର ଆର୍ଥିକ ପରାମର୍ଶଦାତା ସୁବ୍ରତ ଶତପଥୀଙ୍କୁ କଟକ ସ୍ଥିତ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.