fbpx

OAS ଅଧିକାରୀ ସ୍ତରରେ ଅଦଳବଦଳ, ୪ ଜଣଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା, ୭ ଜଣଙ୍କୁ ଏସଏଜି ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୪ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପ୍ରମୋଶନ ଦିଆଯାଇଛି । ସେମାନଙ୍କ ମଧ୍ୟରେ ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ, କୃଷି ବିଭାଗ ଅତିରିକ୍ତ ସଚିବ ଚିତ୍ତରଞ୍ଜନ ପାତ୍ର, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅତିରିକ୍ତ ସଚିବ ଗଙ୍ଗାଧର ନାୟକ ଓ ଲୋକାୟୁକ୍ତଙ୍କ ଅତିରିକ୍ତ ସଚିବ ବିଶ୍ୱନାଥ ବାରିକ । ସେହିପରି ୭ ଜଣ ଓଏଏସ୍ ଅଧିକାରୀଙ୍କୁ ଏସଏଜି ପାହ୍ୟାକୁ ପ୍ରମୋଶନ ଦିଆଯାଇଛି । ସେମାନେ ହେଲେ ଗୃହ ଓ ନଗର ଉନ୍ନୟନର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର, ଓରେରା ଯୁଗ୍ମ ସଚିବ ଶ୍ରବାଣୀ ପଟ୍ଟନାୟକ, ମୟୂରଭଞ୍ଜର ଅତିରିକ୍ତ ମାଜିଷ୍ଟ୍ରେଟ ଶତ୍ରୁଘ୍ନ କର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ସରୋଜ କୁମାର ସାହୁ, ସର୍ଭେ ଓ ମ୍ୟାପ ପବ୍ଲିକେସନର ଯୁଗ୍ମ ନିର୍ଦ୍ଦେଶକ ଶୁଭାଶିଷ ମାନସିଂହ ଓ ଏନଏଚଏମର ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ବିଶ୍ୱାଳ । ଏନେଇ ରାଜ୍ୟ ସାଧରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.