fbpx

ଟୋକିଓ ଅଲିମ୍ପିକ୍ସ: ଲଭଲିନାଙ୍କ ଉପରେ ଏବେ ସଭିଙ୍କ ନଜର, ନିଶ୍ଚିତ କରି ସାରିଛନ୍ତି ପଦକ, କାଲି ସେମି ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଏ ପର୍ଯ୍ୟନ୍ତ ଭାରତ କେବଳ ୨ଟି ପଦକ ଜିତି ପାରିଛି । ମୀରାବାଈ ଚାନୁ ଭାରୋତ୍ତୋଳନରେ ରୌପ୍ୟ ଏବଂ ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ଜିତିଛନ୍ତି । ଏବେ ପୂରା ଦେଶର ନଜର ମୁଷ୍ଟିଯୋଦ୍ଧା ଲଭଲିନା ବୋରଗୋହେନଙ୍କ ଉପରେ ରହିଛି । ସେ ୬୯ କିଗ୍ରା ବର୍ଗରେ ପ୍ରଥମରୁ ପଦକ ନିଶ୍ଚିତ କରି ସାରିଛନ୍ତି । ବାସ୍ ଏବେ ଦେଖିବା ବାକି ରହିଲା ଯେ ଲଭଲିନା ଦେଶକୁ ସ୍ୱର୍ଣ୍ଣ ଦେଇ ପାରୁଛନ୍ତି ନା ନାହିଁ।

କ୍ୱାର୍ଟର ଫାଇନାଲରେ ଚୀନୀ ତାଇପେର ପୂର୍ବତନ ବିଶ୍ୱ ଚାମ୍ପିଅନ ନିନ ଚିନଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଲଭଲିନା କାଂସ୍ୟ ପଦକ ନିଶ୍ଚିତ କରି ସାରିଛନ୍ତି । ଏବେ ବୁଧବାର ସେ ଫାଇନାଲରେ ପ୍ରବେଶ କରିବା ପାଇଁ ରିଙ୍ଗକୁ ଓହ୍ଲାଇବେ । ଫାଇନାଲରେ ପ୍ରବେଶ କଲେ ତାଙ୍କର ରୌପ୍ୟ ପଦକ ନିଶ୍ଚିତ ହୋଇଯିବ ।

ସେମି ଫାଇନାଲରେ ଲଭଲିନାଙ୍କ ମୁକାବିଲା ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କ ସହ ରହିଛି । ଆସାମର ୨୩ ବର୍ଷୀୟ ଲଭଲିନା ଇତିହାସ ରଚିବାର ଦ୍ୱାର ଦେଶରେ ପହଞ୍ଚିଛନ୍ତି । ସେ ପ୍ରଥମରୁ ପଦକ ନିଶ୍ଚିତ କରି ବିଜେନ୍ଦର ସିଂହ(୨୦୦୮) ଓ ଏମସି ମେରିକମ(୨୦୧୨) ଙ୍କ କ୍ଲବରେ ସାମିଲ ହୋଇ ସାରିଛନ୍ତି । ଲଭଲିନାଙ୍କ ପଦକ ଗତ ୯ ବର୍ଷରେ ଭାରତର ବକ୍ସିଂରେ ପ୍ରଥମ ପ୍ରଦକ ହେବ । କିନ୍ତୁ ଲଭଲିନାଙ୍କ ଲକ୍ଷ୍ୟ ଏବେ ଫାଇନାଲରେ ପହଞ୍ଚିବା ଉପରେ ରହିଛି । ଯାହା ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ବକ୍ସର କରି ପାରି ନାହାନ୍ତି ।

ଲଭଲିନା ସେମି ଫାଇନାଲ ମୁକାବିଲା ପାଇଁ ଗତ ଦୁଇ ଦିନ ହେବ ଅପରାହ୍ନ ପରେ ଅଭ୍ୟାସ୍ ଚଳାଇଛନ୍ତି । ଜାତୀୟ ପ୍ରଶିକ୍ଷକ ମହମ୍ମଦ ଅଲି କମର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ କହିଛନ୍ତି ଯେ, ଏହି ମ୍ୟାଚ୍ ଅପରାହ୍ନରେ ଖେଳାଯିବ । ଏଥିପାଇଁ ଦଗ ଦୁଇ ଦିନ ହେବ ଏହି ସମୟରେ ଅଭ୍ୟାସ୍ ଚାଲିଛି । କୋଚ୍ କହିଛନ୍ତି, ଏହି ମୁକାବିଲା ପୂର୍ବରୁ ଦୁଇ ବକ୍ସର ପୂର୍ବରୁ କେବେ ପରସ୍ପର ମୁହାଁମୁହିଁ ହୋଇ ନାହାନ୍ତି । ତେଣୁ ଉଭୟ ପରସ୍ପରର ଖେଳ ବିଷୟରେ ଜାଣି ନାହାନ୍ତି ।

 

Get real time updates directly on you device, subscribe now.