fbpx

ଧର୍ମାନୁଷ୍ଠାନ ପାଇଁ ଆସିଲା ଏସଓପି

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କରୋନାର ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ କୋହଳ ହେବାରେ ଲାଗିଛି । ଅଗଷ୍ଟ ଗାଇଡଲାଇନ୍ ଆସିବା ପରେ ଅନେକ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିଛି । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡ଼ାର ଧର୍ମାନୁଷ୍ଠାନ, ଯେଉଁଥିପାଇଁ ଏସଓପି ଜାରି ହୋଇଛି ।

ଜାରି ହୋଇଥିବା ଏସଓପି ମୁତାବକ, କରୋନାର ସାମାନ୍ୟ ଲକ୍ଷଣ ଥିଲେ ବି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ମନା ହୋଇଛି । ଭକ୍ତ ଓ ପୂଜକଙ୍କ ପାଇଁ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । ବୃଦ୍ଧ, ଗର୍ଭବତୀ, ୧୦ ବର୍ଷରୁ କମ୍ ପିଲାଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି । ନିୟମିତ ବ୍ୟବଧାନରେ ପୂଜକଙ୍କ କୋଭିଡ ପରୀକ୍ଷା ହେବ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜ ସୂଚନା ଦେଇଛନ୍ତି ।

ତେବେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କିନ୍ତୁ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ, ସେନେଇ ସିଏମସି ନିଷ୍ପତ୍ତି ନେବ ।

Get real time updates directly on you device, subscribe now.