fbpx

OAS ଅଧିକାରୀ ସ୍ତରରେ ଅଦଳବଦଳ, OSRTC GM ହେଲେ ବିକିକେଶନ ଦେହୁରୀ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଟଲମେଣ୍ଟର ଅତିରିକ୍ତ କମିସନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟଲମେଣ୍ଟର କମିସନର ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଓଡ଼ିଶା ରାଜ୍ୟ ରୋଡ଼ ପରିବହନ ନିଗମ (ଓଏସଆରଟିସି)ର ଜିଏମ ବ୍ରଜ ଗୋପାଲ ଆଚାର୍ଯ୍ୟଙ୍କୁ ଏଫ ଆଣ୍ଡ ଏଆରଡି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ, ଭୁବନେଶ୍ୱରର ଲ୍ୟାଣ୍ଡ ଅଫିସର ଆରାଧନା ଦାସଙ୍କୁ ଏସସି ଆଣ୍ଡ ଏସଟି ବିକାଶ, ସଂଖ୍ୟାଲଘୁ ଆଣ୍ଡ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଟ୍ରାନ୍ସଫର କରାଯାଇଛି ।

ସ୍ୱାସ୍ଥ୍ୟ ଓ ଏଫଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବ ସ୍ମିତା ବିଶ୍ୱାସଙ୍କ ବିଭାଗୀୟ ଦାୟିତ୍ୱ କାଏମ୍ ରହିବ । ସ୍ୱାସ୍ଥ୍ୟ ଓ ଏଫଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବ ବିସିକେଶନ ଦେହୁରୀଙ୍କୁ ଓଏସଆରଟିସିର ଜିଏମ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ସବ-କଲେକ୍ଟର ରଶ୍ମିତା ରାଣୀ ତାରାସିଆଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ, ଭୁବନେଶ୍ୱରର ସଚିବ ଭାବେ ଟ୍ରାନ୍ସଫର କରାଯାଇଛି ।

ବଣାଇ ଆଇଟିଡିଏର ପିଏ ଲଲାଟ କୁମାର ଲୁହାଙ୍କୁ ବରଗଡ଼ ସବ-କଲେକ୍ଟର, ନବରଙ୍ଗପୁର ଆଇଟିଡିଏର ପିଏ ଅଭିମନ୍ୟୁ ମାଝିଙ୍କୁ ପାନପୋଷ ସବ-କଲେକ୍ଟର, ଟାଙ୍ଗି ଏକ୍ସ-ବିଡିଓ ଅକ୍ଷୟ କୁମାର ରାଉତଙ୍କୁ ଖୋର୍ଦ୍ଧା ସବ-କଲେକ୍ଟର, ସୋରୋ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ମୟୂରଭଞ୍ଜ ଡିଆରଡିଏର ଅତିରିକ୍ତ ପିଡି (ଆଡମିନ), ରମନାଗୁଡ଼ା ବିଡିଓ ବେଣୁଧର ସବରଙ୍କୁ ନବରଙ୍ଗପୁର ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.