fbpx
BSKY
BJD YOUTH SKY
BJD MS SKY

ଭ୍ରୁଣ ହୋଇନଥିଲା ବିକଶିତ, ଡାକ୍ତର କରିଦେଲେ ସର୍ଜରୀ… ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି ଗର୍ଭବତୀ

ନୂଆଦିଲ୍ଲୀ: ଜଣେ ୬ ମାସର ଗର୍ଭବତୀ ଏବେ ହସ୍ପିଟାଲରେ ଜୀବନ ସହ ଲଢ଼ୁଛନ୍ତି । ତାହାବି ପୁଣି ଡାକ୍ତରଙ୍କ ଆଗୁଆ ସର୍ଜରୀ କାରଣରୁ । ଆସମର କରିମଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯେଉଁଠାରେ ଜଣେ ଡାକ୍ତର ଗର୍ଭବତୀ ମହିଳାଙ୍କୁ ସିଜରିଆନ ଅପରେସନ କରିଥିଲେ କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ଭ୍ରୁଣ ପ୍ରିମ୍ୟାଚ୍ୟୁର ଅଛି । ସେତେବେଳେ ସେ ପୁଣି ଥରେ ତାଙ୍କର ପେଟକୁ ଷ୍ଟିଚ୍ କରିଥିଲେ ଏବଂ ତାଙ୍କୁ ଡିସେମ୍ବରରେ ଆଉ ଏକ ଅପରେସନ ପାଇଁ ସମୟ ଦେଇଥିଲେ । ଯାହାପରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା ।

ସୂଚନା ଅନୂଯୟୀ, ଆସମର କରିମଗଞ୍ଜ ଜିଲ୍ଲା ହସ୍ପିଟାଲର ବରିଷ୍ଠ ଡାକ୍ତର ଏକେ ବିଶ୍ୱାସ କରିମଗଞ୍ଜ ହସ୍ପିଟାଲରେ ଅଗଷ୍ଟ ୨୨ ତାରିଖରେ ସର୍ଜରୀ କରିଥିଲେ ଏହାପରେ ରୋଗୀ ୧୦ ଦିନ ଧରି ହସ୍ପିଟାଲରେ ରହିଥିଲେ । ଅଗଷ୍ଟ ୩୧ ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ତାହାପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଥିଲା ଯାହାପରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ବାହାରେ ବୁଧବାର ବିରୋଧ କରିଥିଲେ । ଯାହାପରେ ଡାକ୍ତର ଜଣକ ଲୋକଙ୍କ ସାମ୍ନାକୁ ଆସିଥିଲେ ଏବଂ ସର୍ଜରୀ କରିଥିବା ନେଇ କହିଥିଲେ । ସେ କହିଥିଲେ ଯେ ଭ୍ରୁଣ ପ୍ରିମ୍ୟାଚ୍ୟୁର ଥିଲା ।

ସେପଟେ ମହିଳାଙ୍କ ସ୍ୱାମୀ ରାମ ନାମାସୁଦା କହିଛନ୍ତି ଯେ ରିପୋର୍ଟ ଅନୂଯାୟୀ ଡିସେମ୍ବର ୯ରେ ଡେଲିଭରୀ ହେବାର ଥିଲା କିନ୍ତୁ ଡାକ୍ତର ଜଲଦୀ ସିଜରିଙ୍ଗ କରିଥିଲେ  । ସେ କହିଛନ୍ତି ଯେ ୧୫ ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ତୀବ୍ର ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହାପରେ ତାଙ୍କୁ କରିମଗଞ୍ଜ ହସ୍ପିଟାଲ ନିଆଯାଇଥିଲା । ଯାହାପରେ ଡାକ୍ତର ପରୀକ୍ଷା କରି ସର୍ଜରୀ ପାଇଁ କହିଥିଲେ । ସର୍ଜରୀରେ ଭ୍ରୁଣ ମ୍ୟାଚ୍ୟୁର ହୋଇନଥିବା ଜଣାପଡ଼ିଥିଲା । ସେଥିପାଇଁ ଡାକ୍ତର ପୁଣି ଥରେ ସେହି ଷ୍ଟିଚ୍ କରିଦେଇଥିଲେ ଏବଂ କିଛି ଦିନ ହସ୍ପିଟାଲରେ ରହିବାକୁ କହିଥିଲେ ।

କିନ୍ତୁ ସେପଟେ ଡାକ୍ତର କହିଛନ୍ତି ଯେ ମହିଳାଙ୍କ ପରିବାର ଲୋକେ ତାଙ୍କୁ ସର୍ଜରୀ କରିବାକୁ କହିଥିଲେ । ସେ କହିଛନ୍ତି ଯେ ନିର୍ଦ୍ଧିଷ୍ଟ ସମୟରେ ଆଗୁଆ ସର୍ଜରୀ କରାଯାଇଥାଏ । ଯନ୍ତ୍ରଣା ଅଧିକ ଥିବାରୁ ପରିବାର ଲୋକେ ସର୍ଜରୀ କରିବାକୁ ବାଧ୍ୟ କରିଥିଲେ । ଅପରେସନ ସମୟରେ ଜାଣିବାକୁ ପାଇଥିଲି ଯେ ଭ୍ରୁଣ ବିକଶିତ ହୋଇନାହିଁ । ସେଥିପାଇଁ ପୁନଃ ଷ୍ଟିଚ୍ କରିଥିଲ । ସେପେଟେ ଏହି ପ୍ରସଙ୍ଗରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଉକ୍ତ ଡାକ୍ତର ମଧ୍ୟ ସମସ୍ତ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ କହିଛନ୍ତି ।

Get real time updates directly on you device, subscribe now.