fbpx

ଆନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ୍(ISSF) ବିଶ୍ୱ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳ ଘୋଷଣା

AAKASH

ନୂଆଦିଲ୍ଲୀ: ଅକ୍ଟୋବର ୧୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଜିପ୍ଟର କାଇରୋ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ୍ (ISSF) ବିଶ୍ୱ ଚାମ୍ପିଅନସିପ୍ ପାଇଁ ଦଳ ଘୋଷିତ ହୋଇଯାଇଛି | ୨ ସେପ୍ଟେମ୍ବର ଶୁକ୍ରବାର ନ୍ୟାସନାଲ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (NRAI) ୪୮ ଜଣିଆ ଭାରତୀୟ ରାଇଫଲ ଏବଂ ପିସ୍ତଲ ଦଳ ଘୋଷଣା କରିଛି। ସେପ୍ଟେମ୍ବର ୧୯, ୨୦୨୨ରେ କ୍ରୋଏସିଆର ଓସିଜେକ୍ ରେ ଆରମ୍ଭ ହେବାକୁ ଥିବା ସଟଗନ୍ ବିଶ୍ୱ ଚାମ୍ପିଅନସିପ୍ ପାଇଁ ପୂର୍ବରୁ ଏକ ୨୪ ଜଣିଆ ଦଳ ଘୋଷଣା କରାଯାଇସାରିଛି।

ବିଶ୍ୱ ଚାମ୍ପିଅନସିପ୍ ପାଇଁ ଦଳ ପ୍ରଥମେ ଅଧିକ ସଦସ୍ୟଙ୍କୁ ସୁଯୋଗ ଦେଉଥିବାବେଳେ, ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବିଜୟ କୁମାର ଏବଂ ପୂର୍ବ ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜେତା ଅଞ୍ଜୁମ୍ ମୌଦଗିଲ୍ ନିଜ ଅଭିଜ୍ଞତାର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ। ସେହିଭଳି ଦଳର ଅଭିଜ୍ଞ ସୁଟର ମାନଙ୍କ ମଧ୍ୟରେ ଜୁନିୟର ବର୍ଗରେ ଯୋଗ୍ୟତା ଅର୍ଜନ କରିଥିବା ଦିବ୍ୟାଂଶ ସିଂ ପନୱରଙ୍କ ବ୍ୟତୀତ ଅଲିମ୍ପିଆନ୍ସ ମନୁ ଭାସ୍କର, ଐଶ୍ଚର୍ଯ୍ୟ ପ୍ରତାପ ସିଂ ତୋମାର ଏବଂ ଏଲାଭେନିଲ ଭାଲାରିଭାନଙ୍କୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପକ୍ଷେ, ଐଶ୍ଚର୍ଯ୍ୟ ପ୍ରତାପ ସିଂ ତୋମାର ତାଙ୍କର ପ୍ରଥମ ବିଶ୍ୱ ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରିବେ | ତେବେ ପୂର୍ବ କିଛି ବର୍ଷ ମଧ୍ୟରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହିଛି । ଯାହାକି କ୍ରୀଡ଼ାପ୍ରେମୀ ମାନଙ୍କୁ ବେଶ ଉତ୍ସାହିତ କରିଛି |

Get real time updates directly on you device, subscribe now.