fbpx

IAS ଅଧିକାରୀ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଗୁଜରାଟ ସରକାର ୭୭ ଜଣ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ମୁଖ୍ୟ ସଚିବ, ମ୍ୟୁନିସିପାଲ କମିଶନର ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ରହିଥିବା ଜଣାପଡ଼ିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଶିକ୍ଷା ବିଭାଗର ମୁଖ୍ୟ ସଚିବ ଅଞ୍ଜୁ ଶର୍ମାଙ୍କୁ ଶ୍ରମ ଓ ରୋଜଗାର ବିଭାଗର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଗୁଜରାଟ ସଡ଼କ ପରିବହନ ନିଗମର ଉପାଧ୍ୟକ୍ଷ ତଥା ଏମଡି ଏସଜେ ହାଇଦରଙ୍କୁ ଶିକ୍ଷା ବିଭାଗର ମୁଖ୍ୟ ସଚିବ ପଦରେ ଅବସ୍ଥାପିତ କରାଯାଇଛି । ଜାମନଗର ଜିଲ୍ଲାପାଳ ରବି ଶଙ୍କରଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ମୁଖ୍ୟ ପରିଚାଳକ ଭାବେ ନିଯୁକ୍ତ କରାଯାଇଛି । ରାଜକୋଟ, ସୁରଟ ଓ ଭଦୋଦରାରେ ନୂଆ କଲେକ୍ଟର ଓ ରାଜକୋଟ, ଗାନ୍ଧିନଗର, ଜାମନଗର, ଜୁନାଗଦ୍ଧରେ ନୂଆ ମ୍ୟୁନିସିପାଲ କମିଶନରଙ୍କୁ ନିଯୁକ୍ତି ଦିଆଯାଇଛି । ଅହମ୍ମଦାବାଦ ଡିଡିଓ ଅରୁଣ ମହେଶ ବାବୁଙ୍କୁ ରାଜକୋଟ କଲେକ୍ଟର, ରମ୍ୟା ମୋହନଙ୍କୁ ଏନଏଚଏମର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି । ଏହାଛଡ଼ା ଆନନ୍ଦ, ଖେଦା, ଆରାଭଲି, ପଟଲ, ଭଦୋଦରା, ଜାମନଗର, ନଭସାରି ଜିଲ୍ଲାରେ ନୂଆ ଡିଡିଓ, ମହମ୍ମଦାବାଦ, ଭଦୋଦରା, ସୁରତ, ରାଜକୋଟ, ଗାନ୍ଧିନଗର ଓ ଭାବନଗରରେ ନୂଆ ମ୍ୟୁନିସିପାଲିଟି ଆଞ୍ଚଳିକ କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.