fbpx

OFS ସ୍ତରରେ ଅଦଳବଦଳ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବା (ଓଏଫଏସ) ସ୍ତରରେ ଅଦଳବଦଳ କରାଯାଇଛି । ୧୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ବଦଳି କରାଯାଇଛି । ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ମଧୁସ୍ମିତା ସାମଲ ଓ ଶାନ୍ତନୁ ସାହୁଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଫୁଲବାଣୀ ଜିଲ୍ଲା କୋଷାଗାର ଅଧିକାରୀ ପୀୟୂଷକାନ୍ତ ପାଣିଙ୍କୁ କଟକସ୍ଥିତ ସିଟି-ଜିଏସଟିର ଅତିରିକ୍ତ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । କଟକ ସିସିଟି ଅଫିସର ଜେସିସିଟି ଅଧିକାରୀ ସମ୍ବିତ ପରିଜାଙ୍କୁ ଶକ୍ତି ବିଭାଗ ଅତିରିକ୍ତ ସଚିବ, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କୁ ସୁନ୍ଦରଗଡ଼ ସିଟି-ଜିଏସଟି ଅତିରିକ୍ତ ଆୟୁକ୍ତ, ଦୀପକ ମହାପାତ୍ରଙ୍କୁ କୋଷାଗାର ନିରୀକ୍ଷକ ଅଫିସର ଅତିରିକ୍ତ ନିର୍ଦ୍ଦେଶକ, ଅରବିନ୍ଦ ରାଉତରାୟଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, ସ୍ମିତା ପାଣିଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ବିଶ୍ୱଜିତ ପାଲଙ୍କୁ କଟକସ୍ଥିତ ସିଟି-ଜିଏସଟି ଅଫିସର ଅତିରିକ୍ତ ଆୟୁକ୍ତ, ଏଲୋରା ମହାନ୍ତିଙ୍କୁ ଅର୍ଥବିଭାଗର ଅତିରିକ୍ତ ଶାସନ ସଚିବ, ଦିବାରାଣୀ ଦୋରୀଙ୍କ ବିତ୍ତ ନିୟନ୍ତ୍ରକ କାର୍ଯ୍ୟାଳୟର ଅତିରିକ୍ତ ନିୟନ୍ତ୍ରକ, ପ୍ରଣତୀ ଛୋଟରାୟଙ୍କୁ ଭୁବନେଶ୍ୱର କୋଷାଗାରର ନିରୀକ୍ଷକ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ଓ ଶଶାଙ୍କ ଭୂଷଣ ମହାପାତ୍ରଙ୍କୁ ଓୟୁଏଟିର ଅର୍ଥ ନିୟନ୍ତ୍ରକ ଭାବେ ନିଯୁକ୍ତି ଦିଆଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.