fbpx

ଜାତୀୟ ପତାକାକୁ ଉଚିତ ସମ୍ମାନ ଦିଅ, ନଚେତ୍… ଗଣତନ୍ତ୍ର ଦିବସ ପୂର୍ବରୁ ଗୃହ ମନ୍ତ୍ରାଳୟର ଚେତାବନୀ

AAKASH

ନୂଆଦିଲ୍ଲୀ: ଆଗକୁ ଆସୁଛି ଭାରତର ସାଧାରଣତନ୍ତ୍ର ଦିବସ । ଜାନୁୟାରୀ ୨୬ ତାରିଖରେ ସାରା ଦେଶରେ ଉଡ଼ିବ ତ୍ରିରଙ୍ଗା ପତାକା । କିନ୍ତୁ ଏହାପୂର୍ବରୁ ସମସ୍ତ ଦେଶବାସୀମାନଙ୍କ ପାଇଁ ଚେତାବନୀ ତଥା ଆଦେଶ ଜାରି କରିଛନ୍ତି ଗୃହ ମନ୍ତ୍ରାଳୟ । ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଗୃହ ମନ୍ତ୍ରାଳୟ ଏ ନେଇ ସତର୍କ କରାଇ ଦେଇଛି । ଏଥର ଗଣତନ୍ତ୍ର ଦିବସରେ ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା’କୁ ଉଚିତ ସମ୍ମାନ ଦିଆଯିବା ଉଚିତ୍ । ସାଧାରଣତନ୍ତ୍ର ଦିବସ ପାଳନ ପରେ ପତାକାକୁ ଏଣେତେଣେ ନ ଫିଙ୍ଗିବା ପାଇଁ ଆଦେଶ ଜାରି କରାଯାଇଛି । ଏଥିରେ ଖିଲାପ ହେଲେ ପରିଣାମ କ’ଣ ହେବ, ସେ ନେଇ ମଧ୍ୟ ଚେତାବନୀ ଜାରି କରିଛି ଗୃହ ମନ୍ତ୍ରଣାଳୟ ।

ଗଣତନ୍ତ୍ର ଦିବସ ସମାରୋହକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଏକ ସର୍କଲାର ଜାରି କରିଛନ୍ତି । ରାଷ୍ଟ୍ରୀୟ, ସାଂସ୍କୃତିକ ଏବଂ ଖେଳ ଆୟୋଜନ ସମୟରେ ବ୍ୟବହାର ହେଉଥିବା ଜାତୀୟ ପତାକା ‘ତ୍ରିରଙ୍ଗା’କୁ ଏଣେତେଣେ ତଳେ ନ ଫିଙ୍ଗିବାକୁ ଏହି ଆଦେଶରେ କୁହାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଅନେକ ସମୟରେ ଏହାକୁ ଏଣେତେଣେ ଫିଙ୍ଗି ଦେଉଥିବା ନଜର ରହିଛି । କାଗଜରେ ପ୍ରସ୍ତୁତ ଏହି ତ୍ରିରଙ୍ଗାକୁ ରାସ୍ତାରେ ନ ଫିଙ୍ଗି ଏହାକୁ ସମ୍ମାନର ସହ ଏକ ସ୍ଥାନରେ ରଖିବାକୁ କୁହାଯାଇଛି ।

ଗୃହ ମନ୍ତ୍ରାଳୟ ଏହି ଆଦେଶରେ କହିଛନ୍ତି ଯେ, କାଗଜରେ ପ୍ରସ୍ତୁତ ରାଷ୍ଟ୍ରୀୟ ଧ୍ୱଜକୁ ରାଷ୍ଟ୍ରୀୟ, ସାଂସ୍କୃତିକ ଏବଂ ଖେଳ ଆୟୋଜନ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ‘ଭାରତର ଧ୍ୱଜ ସଂହିତା-୨ ର ୨.୨ ଅନୁଚ୍ଛେଦ ଧାରା(x)’ ଅନୁସାରେ ପତାକା ଉତ୍ତୋଳନ କରାଯାଇ ପାରିବ । ତେବେ ଏହାପରେ ତ୍ରିରଙ୍ଗା ପତାକାକୁ ମାଟିରେ ଫିଙ୍ଗ ନ ଦେବା ଉପରେ ଧ୍ୟାନ ଦେବା ଉଚିତ୍ । ପତାକାର ସମ୍ମାନକୁ ଦୃଷ୍ଟିରେ ରଖି ଏହିପରି ପତାକାକୁ ବ୍ୟକ୍ତିଗତ ଭାବରେ ବିସର୍ଜନ କରାଯିବା ଉଚିତ। ”

ଚଳିତବର୍ଷ ଭାରତ ନିଜର ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ । ଏହି ଉତ୍ସବରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ତେଣୁ ଏହି ମହାନ ଅବସରରେ ଜାତୀୟ ପତାକାର ସମ୍ମାନକୁ ଗୁରୁତ୍ୱ ଦେଇଛନ୍ତି ଦେଶର ଗୃହ ମନ୍ତ୍ରଣାଳୟ ।

Get real time updates directly on you device, subscribe now.