fbpx
BSKY
BJD MC SKY
BJD YOUTH SKY

ଖାଇସାରିବା ପରେ ତୁରନ୍ତ ବ୍ୟବହାର କରୁଛନ୍ତି କି ଟୁଥପିକ୍‌, ସାମ୍ନା କରିବାକୁ ପଡିପାରେ ଏହିସବୁ ସମସ୍ୟା

ନୂଆଦିଲ୍ଲୀ: ବହୁ ଲୋକ ଖାଦ୍ୟ ଖାଇ ସାରିବା ପରେ ଦାନ୍ତରେ ଫସି ରହିଥିବା ଖାଦ୍ୟ ପଦାର୍ଥକୁ ବାହାର କରିବା ପାଇଁ ଟୁଥପିକ୍ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଧିକ ଟୁଥପିକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ଦୁର୍ବଳ ହୋଇଯାଇପାରେ । କେବଳ ଏତିକି ନୁହେଁ ଆପଣ ଦାନ୍ତ ସହ ଜଡିତ ବହୁ ରୋଗର ମଧ୍ୟ ସାମ୍ନା କରିପାରନ୍ତି । ଟୁଥପିକ୍ ଆପଣଙ୍କ ଦାନ୍ତ ସହିତ ଆପଣଙ୍କ ମାଢିକୁ ବି ଦୁର୍ବଳ କରିଦେଇପାରେ ।

ପ୍ରକୃତରେ କାଠରେ ତିଆରି ଏହି ଟୁଥପିକ୍ ଆପଣଙ୍କ ନରମ ମାଢି ଲାଗି ବହୁତ ଟାଣ ହୋଇଥାଏ । ଏହି କାରଣରୁ ମାଢିରୁ ରକ୍ତ ବାହାରିବାରେ ଲାଗିଥାଏ । ଏହା ସହିତ ଆପଣଙ୍କ ଦାନ୍ତର ଚମକ ବି କମିଯାଏ । ଏହି କ୍ରମରେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା କି ଟୁଥପିକ୍‌ର ଅଧିକ ବ୍ୟବହାର ଦ୍ୱାରା କ’ଣ କ୍ଷତି ଘଟିଥାଏ ।
ଦାନ୍ତ ମଧ୍ୟରେ ଗ୍ୟାପ୍‌: ଲଗାତର ଟୁଥପିକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଝିରେ ଗ୍ୟାପ୍ ହୋଇଯାଏ । ଏହା ବହୁତ ଖରାପ ଦେଖାଯିବା ସହିତ ଏଥିରେ ଖାଦ୍ୟ ପଶିଯିବା ଦ୍ୱାରା ଦାନ୍ତରେ କ୍ୟାଭିଟି ସମସ୍ୟା ଦେଖାଦେଇଥାଏ । ଯାହାଫଳରେ ଦାନ୍ତ ଧୀରେ ଧୀରେ କ୍ଷୟ ହେବାରେ ଲାଗେ ।
ଦାନ୍ତ ଦୁର୍ବଳ ହୋଇଥାଏ: ପ୍ରାୟ ସମୟରେ ଦାନ୍ତରୁ ଖାଦ୍ୟପଦାର୍ଥ କାଢିବା ପରେ ଲୋକମାନେ ଏହାକୁ ଚୋବାଇଥାନ୍ତି । ଏପରି କରିବା ଦ୍ୱାରା ଦାନ୍ତର ଏନାମେଲକୁ କ୍ଷତି ପହଞ୍ଚିଥାଏ । ଫଳରେ ଦାନ୍ତ ଦୁର୍ବଳ ହୋଇଯାଏ ।
ମାଢିରୁ ରକ୍ତ ବହିବା: ବହୁ ସମୟରେ ତରବରରେ ଟୁଥପିକ୍ ବ୍ୟବହାର କରିବା ଦ୍ୱାରା ମାଢିକୁ ଆଘାତ ପହଞ୍ଚିଥାଏ । ଏହାଦ୍ୱାରା ମାଢିରୁ ରକ୍ତ ବାହାରିଥାଏ ।
ଦାନ୍ତ ମୂଳ ଦୁର୍ବଳ ହୋଇଥାଏ: ଟୁଥପିକ୍ ଲଗାତର ଓ ଅଧିକ ଥର ବ୍ୟବହାର କରିବା ଦ୍ୱାରା ଦାନ୍ତର ମୂଳ ଦୁର୍ବଳ ହୋଇଯାଏ । ତେଣୁ ଅଧିକ ଥର ଟୁଥପିକ୍ ବ୍ୟବହାର କରନ୍ତୁ ନାହିଁ ।

Get real time updates directly on you device, subscribe now.