fbpx

ଧର୍ମଘଟରେ ସାମିଲ ହେଲେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ, ମହିଳାଙ୍କୁ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ମହିଳାଙ୍କ ନେତୃତ୍ୱ

Advertisement

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ଏବେ ଆନ୍ଦୋଳନ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଆଇସ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ୍ ଜାକୋବସ୍‌ଡୋଟିର ଅନ୍ୟ ମହିଳା କର୍ମୀଙ୍କ ସହିତ ନିଜେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନ କାରଣରୁ ଆଇସଲ୍ୟାଣ୍ଡ ମଙ୍ଗଳବାର ସଂପୂର୍ଣ୍ଣ ଭାବରେ ବନ୍ଦ ଥିଲା ।

ଏବେ ଆଇସଲ୍ୟାଣ୍ଡର ହଜାର ହଜାର ମହିଳା ଅସମାନ ଦରମା ଓ ଲିଙ୍ଗ ଆଧାରିତ ହିଂସାକୁ ସମାପ୍ତ କରିବା ଲାଗି ଧର୍ମଘଟ କରିଛନ୍ତି । ମଙ୍ଗଳବାର ଏଠାରେ ସ୍କୁଲ, କଲେଜ, ଦୋକାନ, ବ୍ୟାଙ୍କ ଓ ସୁଇମିଂ ପୁଲ୍ ଠାରୁ ଆରମ୍ଭ କରି ସମସ୍ତ ସଂସ୍ଥାନ ବନ୍ଦ ଥିଲା । ଟ୍ରେଡ ୟୁନିଅନ ଏହି ଧର୍ମଘଟର ଆୟୋଜନ କରିଥିଲା ।
କର୍ମଚାରୀଙ୍କ ଅଭାବକୁ ଲକ୍ଷ୍ୟ କରି ଟିଭି ଓ ରେଡିଓ ପ୍ରସାରଣ ମଧ୍ୟ କମ୍ କରିଦିଆଯାଇଛି । ପୂର୍ଣ୍ଣ ସଟଡାଉନ୍ କାରଣରୁ ସାର୍ବଜନୀନ ପରିବହନ ସେବା ବି ବାଧାପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ କାଟ୍ରିନ୍ କହିଛନ୍ତି ସେ ଧର୍ମଘଟରେ ନିଜକୁ ସାମିଲ କରି କାର୍ଯ୍ୟରେ ଯୋଗ ଦେବେ ନାହିଁ ଓ ଘରେ ରହିବେ । ଏହା ସହିତ ସେ ଆଶା କରିଛନ୍ତି କି ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟମାନେ ବି ଏପରି କରିବେ ।

ଏହି ଆନ୍ଦୋଳନର ଉଦ୍ଦେଶ୍ୟ ମହିଳାଙ୍କ ପ୍ରତି ଭେଦଭାବ ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା । ଏହି ଆନ୍ଦୋଳନରେ ହଜାର ହଜାର ମହିଳାଙ୍କ ସହିତ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଓ ପିଏମ୍ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.