fbpx

ଓଇସିଡି ରିପୋର୍ଟରେ ଆସିଲା ବଡ ତଥ୍ୟ, ଧନୀ ଦେଶରେ ନାଗରିକତା ଗ୍ରହଣ କରିବାରେ ଭାରତୀୟମାନେ ଶୀର୍ଷରେ

Advertisement

ନୂଆଦିଲ୍ଲୀ:ଅମୀର ଦେଶରେ ନାଗରିକତା ନେବାରେ ଭାରତୀୟମାନେ ଶୀର୍ଷରେ ଅଛନ୍ତି । ଅର୍ଗାନାଇଜେସନ ଫର୍ ଇକୋନୋମିକ୍ କୋଅପରେସନ୍ ଆଣ୍ଡ ଡେଭଲପମେଣ୍ଟ(ଓଇସିଡି) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏ ବିଷୟରେ ସୂଚନା ମିଳିଛି । ଅନ୍ୟପକ୍ଷରେ ଆମେରିକାର ନାଗରିକତା ଗ୍ରହଣ କରିବା ଭାରତୀୟ ଲୋକଙ୍କ ପ୍ରଥମ ପସନ୍ଦ ।

ପ୍ୟାରିସ୍ ଇଣ୍ଟରନ୍ୟାସନାଲ ମାଇଗ୍ରେସନ ଆଉଟଲୁକ୍‌ରେ ଜାରି ଓଇସିଡି ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତୀୟମାନେ ଧନୀ ଦେଶର ନାଗରିକତା ପ୍ରାପ୍ତ କରିବାରେ ଅନ୍ତଃରାଷ୍ଟ୍ରୀୟ ସମୂହ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି । ଅନ୍ୟପକ୍ଷରେ ନାଗରିକତା ପ୍ରଦାନ କରିବା ମାମଲାରେ କାନାଡା ସବୁଠାରୁ ଆଗରେ ରହିଛି । ବର୍ଷ ୨୦୨୧ରୁ ୨୦୨୨ ମଧ୍ୟରେ ଏଠାରେ ବିଦେଶୀ ନାଗରିକତା ପ୍ରଦାନ କ୍ଷେତ୍ରରେ ୧୭୪% ବୃଦ୍ଧି ପରିଲକ୍ଷିତ ହୋଇଛି ।

ଓଇସିଡି ରିପୋର୍ଟରେ କୁହାଯାଇଛି କି ୨୦୨୧ରେ ପ୍ରାୟ ୧.୩ ଲକ୍ଷ ଭାରତୀୟ ଓଇସିଡି ସଦସ୍ୟ ରାଷ୍ଟ୍ରଙ୍କ ନାଗରିକତା ହାସଲ କରିଛନ୍ତି । ୨୦୧୯ରେ ଏହା ୧.୫ ଲକ୍ଷ ଥିଲା । ଏହି ଦୌଡରେ ଚୀନ୍ ୫ମ ସ୍ଥାନରେ ଥିଲା । ୩୮ ସଦସ୍ୟ ବିଶିଷ୍ଟ ଓଇସିଡିରେ ଶୀର୍ଷ ୩ ଦେଶ ରହିଛନ୍ତି ଯେଉଁମାନେ ୨୦୨୧ରେ ଭାରତୀୟ ପ୍ରବାସୀଙ୍କୁ ପାସପୋର୍ଟ ପ୍ରଦାନ କରିଛନ୍ତି ସେମାନେ ହେଉଛନ୍ତି ଆମେରିକ(୫୬,୦୦୦), ଅଷ୍ଟ୍ରେଲିଆ(୨୪,୦୦୦), କାନାଡା(୨୧,୦୦୦) ।

ଭାରତୀୟ ଲୋକମାନେ ବିଭିନ୍ନ କାରଣରୁ ବିଦେଶ ଯାଉଛନ୍ତି । କିଛି ଲୋକ ପଢିବା ପାଇଁ ଭିସା ନେଇ ବିଦେଶ ଯାଉଛନ୍ତି । ଆଉ କିଛି ଲୋକ ଦେଶ ବିଦେଶ ବୁଲିବାକୁ ସହଜ ହେବ ଏହି କାରଣରୁ ଅନ୍ୟ ଦେଶର ନାଗରିକତା ନେଉଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଆମେରିକା ଓ କାନାଡା ପରି ଦେଶର ପାସପୋର୍ଟ ପାଖରେ ଥିଲେ ବହୁ ଦେଶରେ ବିନା ଭିସାରେ ଯାତ୍ରା କରିବାର ସୁବିଧା ମିଳିଯାଏ । ଏହାସହିତ ବିଦେଶରେ ସରକାର ଅନ୍ୟଦେଶର ନାଗରିକଙ୍କୁ ସମ୍ବେଦନଶୀଳ କ୍ଷେତ୍ରରେ ଚାକିରି ବି ଦେଇପାରିବେ ।

Get real time updates directly on you device, subscribe now.