fbpx

ଓଡିଶାରେ ସରକାରୀ ବିଭାଗ ପାଇଁ ଲାଗିଲା କଟକଣା, ଜାଣନ୍ତୁ କ’ଣ

Advertisement

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସ୍ଥିତିକୁ ଦେଖି ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୁଣା ନିର୍ଦ୍ଦେଶାବଳୀକୁ ପୁଣି ମନେପକାଇଲା ସାଧାରଣ ପ୍ରଶାସନ ବିଭାଗ । ନିଦ୍ଦେଶାବଳୀ ଅନୁସାରେ, ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପ୍ରାଥମିକତା ଦିଆଯିବ । ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ ଏହାକୁ ବିଶୃଙ୍ଖଳା ବୋଲି ମନେକରାଯିବ । କାର୍ଯ୍ୟାଳୟରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବା ଦରକାର ।

Get real time updates directly on you device, subscribe now.