ସେକ୍ସ ହରମୋନ୍ ଅଭାବରେ ପୁରୁଷଙ୍କ ଶରୀରରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ, ଜମାରୁ ଅଣଦେଖା କରନ୍ତୁ ନାହିଁ

News across the Earth, news close to your heart, Read Odisha Bhaskar English

ପୁରୁଷମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ନାମକ ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ । ଏହି ହରମୋନ୍ ସେକ୍ସ ପାୱାର ବୃଦ୍ଧିରେ ସହାୟତା କରିଥାଏ । ଟେଷ୍ଟୋଷ୍ଟେରନ୍ ଅଭାବରେ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଏହି ହରମୋନ୍ ଅଭାବରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ବିଷୟରେ ।

– ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କମ୍ ହେଲେ ଅତ୍ୟଧିକ ଥକ୍କା ଲାଗିଥାଏ । ଏଥିସହ ଶରୀରରେ ଆଦୌ ଶକ୍ତି ନଥିବା ପରି ଅନୁଭବ ହୋଇଥାଏ । ବୟସ ବଢ଼ିବା ସହିତ ଚାପ ମଧ୍ୟ ବୃଦ୍ଧି ପାଇଥାଏ । ଏଥିପାଇଁ ଅତିକମରେ ୮ ଘଣ୍ଟା ବିଶ୍ରାମ ନେବା ସହ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।

– ଏହି ହରମୋନର ଅଭାବ ହେଲେ ତାହା ଆପଣଙ୍କ ସେକ୍ସ ପାୱାରକୁ ହ୍ରାସ କରିଦେଇଥାଏ । ଏହାଦ୍ୱାରା ଇରେକ୍ଟାଇଲ ଡିସଫଙ୍କସନ୍ ହେବାର ସମ୍ଭାବନା ରହିଥାଏ । ଟେଷ୍ଟୋଷ୍ଟେରନର ଅଭାବ ହେଲେ ଏହାର ପ୍ରଭାବ ଆପଣଙ୍କର ସ୍ମୃତିଶକ୍ତି ଉପରେ ପଡ଼ିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଯୋଗ, ପ୍ରାଣାୟାମ, ବ୍ୟାୟାମ, ମସାଜ ଆଦି କରିବା ଉଚିତ ।

– ଟେଷ୍ଟୋଷ୍ଟେରନର ଅଭାବ ଆପଣଙ୍କୁ ମୁଡକୁ ପ୍ରଭାବିତ କରିଥାଏ । ଅଧିକାଂଶ ସମୟରେ କିଛି ଭଲ ନ ଲାଗିବା ସହ ନିରାଶା, ଉଦାସ ଲାଗିଥାଏ । ଏହା ଦ୍ୱାରା ଅନେକ ପୁରୁଷଙ୍କ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଘଟିଥାଏ ।

– ଏହି ହରମୋନର ସ୍ତର କମିଲେ ଶରୀରରେ ହାଡ଼ ଦୁର୍ବଳ ହୋଇପାରେ । ଫଳରେ ଅଷ୍ଟିଓପାରାସିସ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ିଥାଏ । ଟେଷ୍ଟୋଷ୍ଟେରନର ଅଭାବରେ ଆପଣ ରାତିରେ ଅଶାନ୍ତି କିମ୍ବା ଅନିଦ୍ରାର ଶିକାର ହୋଇପାରନ୍ତି ।

Get real time updates directly on you device, subscribe now.